ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୬ଟି ଗେଟ୍

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୬ଟି ଗେଟ୍

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍, ସମୁଦାୟ ୧୨ଟି ଗେଟ୍ ଦେଇ ଏବେ ବନ୍ୟା ଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ ଏନେଇ ସୂଚନା ଦେଇଛନ୍ତି।ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ, ଜଳସ୍ତର ୬୨୮.୧ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପଶୁଛି ୨ ଲକ୍ଷ ୯୮ ହଜାର ୮୧ ଘନଫୁଟ ଜଳ। ଏହାସହ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୨ ଲକ୍ଷ ୧୬ ହଜାର ଘନଫୁଟ ଜଳ।