ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ସ୍ଲୁଇସ ଗେଟ୍

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ସ୍ଲୁଇସ ଗେଟ୍

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ସ୍ଲୁଇସ ଗେଟ୍ । ଦୀର୍ଘଦିନ ହେବ ହୀରାକୁଦ ଡ୍ୟାମର ସମସ୍ତ ଗେଟ ବନ୍ଦଥିବାବେଳେ ଆଜି ଖୋଲିଛି ହୀରାକୁଦ ଡ୍ୟାମର ସ୍ଲୁଇସ ଗେଟ । ସନ୍ଧ୍ୟା ୫ଟାରୁ ୨ଟି ଗେଟ ଖୋଲିଥିବାବେଳେ ଆଗକୁ ପର୍ଯ୍ୟାୟ କ୍ରମରେ ମୋଟ ୪ଟି ଗେଟ ଖୋଲାଯାଇଛି ବୋଲି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏଥିପାଇଁ ଅପରାହ୍ନ ୩ଟାରୁ ଲଗାତାର ଭାବେ ସାଇରନ ବଜାଇଥିବାବେଳେ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ନଦୀଗର୍ଭକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ତେବେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ଫୁଟ ହୋଇଥିବାବେଳେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୬.୫୪ ଫୁଟ ରହିଛି ।

ଆଉ ଏହି ସମୟ ମଧ୍ୟରେ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୧,୯୪,୦୭୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨୧ଟି ଗେଟ ଯୋଗେ ଜଳ ନିଷ୍କାସନ ହେଉଥିବା ନେଇ ସୂଚନା ମିଳିଛି ।