Monday, March 23, 2026
32.9 C
Odisha

    ମହାନଦୀରେ ଡଙ୍ଗା ବୁଡ଼ି: ଏଯାଏ ୭ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଏଯାଏ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି। ଏମାନଙ୍କ ମଧ୍ୟରେ ୨ ମହିଳା ଓ ୨ ନାବାଳକଙ୍କ ସମେତ ପୁରୁଷ ଥିବା ଜଣାଯାଇଛି। ଦୁଇ ମୃତ ନାବାଳକ ହେଲେ ପିକେଶ୍ବର ରାଠିଆ ଓ ନବୀନ ରାଠିଆ। ଉଭୟଙ୍କର ବୟସ ୭ ବର୍ଷ ବୋଲି କୁହାଯାଉଛି। ଅନ୍ୟ ମୃତକଙ୍କର ଏଯାଏ ପରିଚୟ ମିଳିପାରି ନାହିଁ। ଗତକାଲି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ୬ଟି ମୃତଦେହ ଉଦ୍ଧାର ହୋଇଛି।

    ସୂଚନା ଅନୁସାରେ ସୀମାନ୍ତ ଛତିଶଗଡ଼ର କୋରବା ଜିଲ୍ଲା ଟପରା ଗାଁର ୬୦ ଜଣ ଲୋକ ବରଗଡ଼ ଜିଲ୍ଲା ବାଞ୍ଜିପାଲିସ୍ଥିତ ପଥରସେଣୀ ମନ୍ଦିରକୁ ଯାଇଥିଲେ। ସେଠାରେ ସମୋନେ ପୂର୍ବ ମାନସିକ ଅନୁଯାୟୀ ମନ୍ଦିରରେ ବୋଦା ବଳି ମଧ୍ୟ ଦେଇଥିଲେ। ସେଠାରୁ ଫେରିବା ବେଳେ ଶରଧା ଘାଟରୁ ପ୍ରାୟ ୧କିମି ଦୂରରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାର ଉଭୟ ପାର୍ଶ୍ବରେ ବସିଥିବା ଲୋକେ ପହଁରିବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୟୀ ମତ୍ସ୍ୟଜୀବୀମାନଙ୍କ ଦ୍ବାରା ଉଦ୍ଧାର ହୋଇଥିଲେ।

    ଡଙ୍ଗା ଓଲଟିବା ସମୟରେ ପ୍ରାୟ ୩୫ ଜଣଙ୍କୁ ମତ୍ସ୍ୟଜୀବୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଥିଲେ। ନିଖୋଜମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେଥିରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ କିଛି ମହିଳା ଓ ଶିଶୁମାନେ ନିଖୋଜ ଥିବା ଜଣାପଡ଼ିଛି। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ