ଗୁପ୍ତଚର ସନ୍ଦେହରେ ଚାନ୍ଦିପୁର ଘାଟିରେ ୮ ସନ୍ଦିଗ୍ଧ ଅଟକ

ଗୁପ୍ତଚର ସନ୍ଦେହରେ ଚାନ୍ଦିପୁର ଘାଟିରେ ୮ ସନ୍ଦିଗ୍ଧ ଅଟକ

ଚାନ୍ଦିପୁର ଘାଟିରୁ ୮ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ୍ । ପଡୋଶୀ ଦେଶର ଗୁପ୍ତଚରଙ୍କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସୂଚନା ଦେଉଥିବା ଅଭିଯୋଗରେ ଅଟକ ରଖିଛି ପୋଲିସ । ସମସ୍ତ ଅଟକ ବ୍ୟକ୍ତି ଏକ ଠିକା ସଂସ୍ଥାରେ କାମ କରନ୍ତି ବୋଲି ଜଣା ପଡ଼ିଛି । ଅଟକ ଥିବା ୮ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି ପୋଲିସ । ସୂଚନା ଅନୁଯାୟୀ, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଏକ ଠିକା ସଂସ୍ଥାରେ କିଛି ଯୁବକ କାମ କରନ୍ତି । ତେବେ ଏହି ଯୁବକମାନେ ପଡୋଶୀ ଦେଶର ଗୁପ୍ତଚରଙ୍କ ସଂପର୍କରେ ରହିଥିଲେ । ଏପିରିକି ପ୍ରତିରକ୍ଷା ବିଭାଗର କିଛି ଗୁପ୍ତ ତଥ୍ୟକୁ ପଡୋଶୀ ଦେଶର ଗୁପ୍ତଚରଙ୍କୁ ଯୋଗାଉଥିବା ସେମାନଙ୍କ ନା ରେ ଅଭିଯୋଗ ହୋଇଛି। ସମସ୍ତ ୮ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।