ନିୟମିତ ହେଲେ ରାଜ୍ୟର ୮୧୦୨ କନିଷ୍ଠ ଶିକ୍ଷକ

ନିୟମିତ ହେଲେ ରାଜ୍ୟର ୮୧୦୨ କନିଷ୍ଠ ଶିକ୍ଷକ

ନୂଆ ବର୍ଷରେ କନିଷ୍ଠ ଶିକ୍ଷକମାନଙ୍କୁ ସରକାର ଦେଲେ ଭେଟି । ରାଜ୍ୟରେ ନିୟମିତ ହେଲେ ୮ହଜାର ୧୦୨ କନିଷ୍ଠ ଶିକ୍ଷକ । ୨୦୧୫ରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୬ ବର୍ଷ ୧୧ ମାସ ପରେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଯାଇଛି । ସେହିପରି ୪୦ ହଜାର ୫୨ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି । ଏହା ପୂର୍ବରୁ ଗତ କାଲି ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ରାଜ୍ୟ ସରକାର ଲାଗୁ କରିଥିଲେ ସପ୍ତମ ବେତନ କମିଶନ । ଏହାଦ୍ବାରା ରାଜ୍ୟର ୨୬ ହଜାର ଶିକ୍ଷକ ଉପକୃତ ହେବେ । ୨୦୧୮ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ଆସନ୍ତା ଜାନୁଆରୀ ୧ରୁ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ମିଳିବ । ଅପର ପ୍ରାଇମେରୀ ସ୍କୁଲ, ନୂଆ ଗ୍ରାଣ୍ଟ ଇନ୍ ଏଡ୍ ପାଇଥିବା ସ୍କୁଲ, ନୂଆ ସରକାରୀପ୍ରାପ୍ତ ହାଇସ୍କୁଲ, ମଦ୍ରାସା ସ୍କୁଲ ପାଇଁ ଏହା ଲାଗୁ ହେବ । ଏହାଦ୍ବାରା ଶିକ୍ଷକ ଏବଂ ଅଣଶିକ୍ଷକ ସୁବିଧା ପାଇବେ ।