ଭୁବନେଶ୍ୱରରେ ୮୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱରରେ ୮୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ରାଜ୍ୟରେ ଖୁଲମ ଖୁଲା ବଢ଼ିଚାଲୁଛି ନିଶାକାରବାର  । ଏଥିରୁ ବାଦ ପଡୁନି ରାଜଧାନୀ । ପୋଲିସକୁ ଖୋଲା ଖୋଲି ଚ୍ୟାଲେଞ୍ଜ କଲାଭଳି କରୁଛନ୍ତି ନିଶାକାରବାର ।  ଆଜି ଭୁବନେଶ୍ୱରରେ ୮୫୦ କେଜି ଗଞ୍ଜେଇ ଜବତ କରିଛି NCB । ବିଜୟ ନଗରମ୍‌ରୁ ତେଲ ଟ୍ୟାଙ୍କରରେ ରାଉରକେଲାକୁ ଏହି ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି NCB । ଗିରଫଅଭିଯୁକ୍ତ ୨ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଛି  ।  ତେବେ NCB ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ପଚାର ଉଚରା କରୁଛି । ଜବତ ଗଞ୍ଜେଇ ପାଖାପାଖି ୩୦ ଲକ୍ଷ ଟଙ୍କାର ହେବ ବୋଲି ଜଣାପଡିଛି ।