୯୩୯ ପୋଲିସ କର୍ମଚାରୀଙ୍କୁ ମିଳିବ ସାହସିକତା ପଦକ

୯୩୯ ପୋଲିସ କର୍ମଚାରୀଙ୍କୁ ମିଳିବ ସାହସିକତା ପଦକ

ସାଧାରଣତନ୍ତ୍ର ଦିବସରେ ଦେଶର ୯୩୯ ପୋଲିସ କର୍ମଚାରୀଙ୍କୁ ମିଳିବ ସାହସିକତା ପଦକ। ଗୃହ ମନ୍ତ୍ରଣାଳୟ ଘୋଷଣା କଲା ପୋଲିସ ପଦକ ତାଲିକା । ଓଡିଶାର ୨୨ଜଣ ପୋଲିସ କର୍ମଚାରୀ ତାଲିକାରେ ପାଇଛନ୍ତି ସ୍ଥାନ । ସେମାନଙ୍କ ମଧ୍ୟରେ ଓଡିଶାର ୯ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ମେଡାଲ। ୨ ଜଣଙ୍କୁ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପୋଲିସ ପଦକ ପାଇଁ ବିବେଚିତ ହୋଇଛନ୍ତି । ସେହିପରି ୧୧ ଜଣ ପୋଲିସ କର୍ମଚାରୀ ପ୍ରଶଂସନୀୟ ସେବା ପଦକ ପାଇଁ ବିବେଚିତ ହୋଇଛନ୍ତି । ସେଥି ମଧ୍ୟରୁ ଜମୁ କଶ୍ମୀରର ୧୩୪ ଜଣଙ୍କୁ, ମାଓ ପ୍ରଭାବିତ ଅଞ୍ଚଳରେ ସହସର ସହ କାର୍ଯ୍ୟ ୪୭ ଜଣଙ୍କୁ ଓ ଉତ୍ତର-ପୂର୍ବ ଅଞ୍ଚଳରେ ସାହସିକତା ପାଇଁ ଜଣଙ୍କୁ ମିଳିବ ପଦକ । ଏହାସହ ଉଲ୍ଲେଖନୀୟ ସେବା ପାଇଁ ୮୮ ଜଣଙ୍କୁ ରାଷ୍ଟ୍ରପତି ପଦକ ମଧ୍ୟ ମିଳିବ।ପ୍ରଶଂସନୀୟ ସେବା ପାଇଁ ୬୬୨ ଜଣଙ୍କୁ ମିଳିବ ପଦକ।