ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇର ଏକ ଆପାର୍ଟମେଣ୍ଟରେ  ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ । ସମସ୍ତଙ୍କ ଆଖି ସାମ୍ନାରେ ମୁମ୍ବାଇ ଲାଲବାଗ ଅଞ୍ଚଳରେ ୬୦ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟରେ ରେ ନିଆଁ ଲାଗି ଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ସ୍ଥାନୀୟ କେଇଏମ୍ ହସ୍ପିଟାଲରେ ଭର୍ତି କରାଯାଇଛି।କ୍ୟୁରି ରୋର୍ଡ ଅଞ୍ଚଳରେ ଥିବା ଆଭିଗନା ପାର୍କ ଲେଭଲ୍-୪ ଆପାର୍ଟମେଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।  

ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ବହୁ ସମୟ ଧରି ଚେଷ୍ଟା କରିବା ପରେ ଆୟତ କରିଛି। ଭୟଭୀତ ହୋଇ ଜଣେ ବ୍ୟକ୍ତି କୋଠାରୁ ତଳକୁ ଡେଇଁପଡ଼ିଛନ୍ତି। ଏହି ଅଗ୍ନିକାଣ୍ଡ ସମୟରେ ମୁମ୍ବାଇ ମେୟର କିଶୋରୀ ପେଡେନେକର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।