ସୋନୁ ସୁଦଙ୍କ ଘରେ ଇନକମ୍ ଟ୍ୟାକ୍ସ ବିଭାଗର ଟିମ୍

ସୋନୁ ସୁଦଙ୍କ ଘରେ ଇନକମ୍ ଟ୍ୟାକ୍ସ ବିଭାଗର ଟିମ୍
timesofindia

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘର ତଥା ମୁମ୍ବାଇର ବାସଭବନରେ ଇନକମ୍ ଟ୍ୟାକ୍ସ ବିଭାଗର ଟିମ୍ ପହଞ୍ଚିଛନ୍ତି । ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ସାହାଯ୍ୟ କରି ଖୁବ୍ ଚର୍ଚ୍ଚାକୁ ଆସିଥିଲେ ସୋନୁ ।

ଏହି ଟିମ୍ ସୋନୁଙ୍କ ଘରେ ସର୍ଭେ କରିଛି । ଆଇଟି ବିଭାଗ ପକ୍ଷରୁ ଅଭିନେତାଙ୍କ ୬ଟି ସ୍ଥାନରେ ଏକ ସର୍ଭେ ଅଭିଯାନ ଚଲାଇଛନ୍ତି । ତେବେ ଏହା ପଛରେ ପ୍ରକୃତ କାରଣ କ'ଣ ଅଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ

ସୂଚନା ମୁତାବକ, ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ମେଣ୍ଟରସିପ୍ ପ୍ରୋଗ୍ରାମ୍ ର ବ୍ରାଣ୍ଡ ଆମ୍ବାସଡର ହେବାର ଗୋଟିଏ ଦିନ ପରେ ଆୟକର ବିଭାଗ ପକ୍ଷରୁ ଏହି ସର୍ଭେ କରାଯାଇଛି।