ଦୁଇ ଦିନିଆ ଆଦିବାସୀ ଲୋକନୃତ୍ୟ ଓ ସଂଗୀତ ଉତ୍ସବ ଉଦଘାଟିତ

ଦୁଇ ଦିନିଆ ଆଦିବାସୀ ଲୋକନୃତ୍ୟ ଓ ସଂଗୀତ ଉତ୍ସବ ଉଦଘାଟିତ
ଦୁଇ ଦିନିଆ ଆଦିବାସୀ ଲୋକନୃତ୍ୟ ଓ ସଂଗୀତ ଉତ୍ସବ ଉଦଘାଟିତ

ରାଇରଙ୍ଗପୁର ୧୦/୧୧: ରାଇରଙ୍ଗପୁର ସ୍ଥିତ ଛଉ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରି ସରରେ ଦୁଇ ଦିନିଆ ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଉତ୍ସବ ଉଦଘାଟିତ ହୋଇଯାଇଛି । ପୂର୍ବାଞ୍ଚଳ ଜୋନାଲ ସାଂସ୍କୃତିକ କେନ୍ଦ୍ର କୋଲକାତା, ସାଂସ୍କୃତିକ ମନ୍ତ୍ରାଳୟ ଭାରତ ସରକାର, ଓଡ଼ିଆଭାଷା, ସାହିତ୍ୟ ଓଡିଶା, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତଥା ଜିଲ୍ଲା ପ୍ରଶାସନ ମୟୁରଭଞ୍ଜଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବକୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସାମ, ପଞ୍ଜାବ, ଝାରଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ତଥା ଓଡିଶାର ବିଭିନ୍ନ ଆବିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ପରିବେଷଣ କରାଯାଉଛି । ଏହି ଉତ୍ସବ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି।