ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଟ୍ୱିଟ୍‌ କଲା ଆମ୍‌ ଆଦମୀ ପାର୍ଟି...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଟ୍ୱିଟ୍‌ କଲା ଆମ୍‌ ଆଦମୀ ପାର୍ଟି...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କୁ ଗୃହବନ୍ଦୀ କରିଛି ଦିଲ୍ଲୀ ପୁଲିସ୍‌ । ଟ୍ୱିଟ୍‌ କରି ଏଭଳି ଅଭିଯୋଗ କରିଛି ଆମ୍‌ ଆଦମୀ ପାର୍ଟି । କେଜ୍ରିଓ୍ୱାଲଙ୍କୁ ନିଜ ବାସଭବନରେ ଜୋର୍‌ ଜବରଦସ୍ତ ଅଟକ ରଖାଯାଇଛି । କୃଷକଙ୍କ ଭାରତ ବନ୍ଦ ମଧ୍ୟରେ ଆମ୍‌ ଆଦମୀ ପାର୍ଟିର ଏଭଳି ଅଭିଯୋଗ ଦେଶର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କୃଷକଙ୍କ ସହିତ ଆଲୋଚନା ପାଇଁ କେଜ୍ରିଓ୍ୱାଲ ଧାରଣା ସ୍ଥଳଠାରୁ ଗୃହକୁ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ନଜରବନ୍ଦୀ କରାଯାଇ ରଖାଯାଇଛି ଓ ବାହାରକୁ ଛାଡ଼ିବାକୁ ଦିଆଯାଉନାହିଁ । ବାସଭବନ ଆଗରେ ସୁରକ୍ଷା ବୃଦ୍ଧିକୁ ନେଇ କେଜ୍ରିଓ୍ୱାଲଙ୍କ ଚିନ୍ତିତ ହୋଇପଡ଼ିଥିବା ଅଭିଯୋଗ କରିଛି ଆମ୍‌ ଆଦମୀ ପାର୍ଟି ।  ଖାସ୍‌ ଏଇଥିଲାଗି ଦିଲ୍ଲୀ ସିଏମ୍‌ ନିଜର ସମସ୍ତ ଜରୁରୀ ବୈଠକ ରଦ୍ଦ କରିବାକୁ ବାଧ୍ୟ ହୋଇଥିବାର ଜଣାଇଛି ଆମ୍‌ ଆଦମୀ ପାର୍ଟି । ତେବେ କେଜ୍ରିଓ୍ୱାଲଙ୍କ ଗୃହବନ୍ଦୀ ଅଭିଯୋଗକୁ ଦିଲ୍ଲୀ ପୁଲିସ ଖଣ୍ଡନ କରିଥିବାର ସବିଶେଷ ସୂଚନା ଆମର ହସ୍ତଗତ ହୋଇଛି ।