ଆତ୍ମହତ୍ୟା କଲା ଦୁଷ୍କର୍ମକାରୀ !

ଆତ୍ମହତ୍ୟା କଲା ଦୁଷ୍କର୍ମକାରୀ !

ତେଲେଙ୍ଗାନା ସାଇଦାବାଦରେ ୬ ବର୍ଷ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ଏହାର ମୁଖ୍ୟ ଅଭିଯୁକ୍ତ ରାଜୁ ଆତ୍ମହତ୍ୟା କରିଥିବା ମିଳିଛି ସୂଚନା । ରାଜ୍ୟର ୱାରଙ୍ଗଲ ଜିଲ୍ଲା ଘାନପୁର ଷ୍ଟେସନରେ ରାଜୁର ମୃତଦେହ ମିଳିଛି । ମୃତଦେହ ହାତରେ ଟାଟୁ ଚିହ୍ନଟ କରିବା ପରେ ପୋଲିସ ଏହା ରାଜୁର ମୃତଦେହ ବୋଲି ସ୍ପଷ୍ଟ କରିଛି ।

ଗତ ସେପ୍ଟେମ୍ବର ୯ ତାରିଖରେ ସାଇଦାବାଦର ସିଙ୍ଗାରେନି କଲୋନୀରେ ମୁଖ୍ୟ ଅଭିଯୁକ୍ତ ରାଜୁ ଜଣେ ୬ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଥିଲା । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଗତ ଏକ ସପ୍ତାହ ଧରି ଅଭିଯୁକ୍ତ ରାଜୁକୁ ଖୋଜୁଥିଲା । ଏହାସହିତ ରାଜୁ ସମ୍ପର୍କରେ ପୋଲିସକୁ ସୂଚନା ଦେବା ଲୋକକୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ମଧ୍ୟ ଘୋଷଣା ହୋଇଥିଲା । ତେବେ ଗତକାଲି ରାଜୁ ଉପ୍ପଲ ଅଞ୍ଚଳରେ ବୁଲୁଥିବା ପୋଲିସକୁ ଖବର ମିଳିଥିଲା ।

ରାଜୁକୁ ଖୋଜିବା ପାଇଁ ସହରର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ଲାଗିଥିଲା । ଏଣୁ କୌଣସି ସ୍ଥାନରେ ପୋଲିସଠାରୁ ଲୁଚି ରହିବା ସମ୍ଭବ ନୁହେଁ ଚିନ୍ତା କରି ଅଭିଯୁକ୍ତ ରାଜୁ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ରାଜୁର ମୃତ୍ୟୁ ସମ୍ପର୍କରେ ଟ୍ବିଟରରେ କିଛି ଫଟୋ ସେୟାର କରି ତେଲେଙ୍ଗାନା DGP ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।