Thursday, April 2, 2026
37.1 C
Odisha

    କୃଷି ବିଲ୍ ପ୍ରସଙ୍ଗ: କଙ୍ଗନାଙ୍କ ହାତଛାଡିଲେ ଚିରାଗ

    ଆଗକୁ ପଢନ୍ତୁ

    ପାଟନା: ବିଜେପି ଲୋକସଭା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବିବୃତି ପାଇଁ ପୁଣି ଥରେ ଖବରରେ ଅଛନ୍ତି। କଙ୍ଗନା ପୁଣି ଥରେ ଚାଷୀଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଇଛନ୍ତି, ଯାହା ପରେ ରାଜନୈତିକ ବାତାବରଣ ଉଷ୍ଣ  ହୋଇପଡିଛି। କଙ୍ଗନାଙ୍କ ବିବୃତିରୁ ବିଜେପି ନିଜକୁ ଦୂରେଇ ରଖିଛି ଏବଂ ଏହା ଦଳର ବିବୃତି ନୁହେଁ ବୋଲି କହିଛି। କଙ୍ଗନାଙ୍କ ଏହି ବିବୃତି ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।

    ଏହି ପ୍ରସଙ୍ଗରେ  ପ୍ରଶ୍ନ ଉଠାଇ ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ କହିଛନ୍ତି, କଙ୍ଗନା ରାନାୱତଙ୍କୁ କିଏ ସମର୍ଥନ କରୁଛନ୍ତି ତାହା ଚିନ୍ତା କରିବା କଥା? ଦଳ ତାଙ୍କୁ କାହିଁକି ଅଟକାଉ ନାହିଁ? ଏହି ମହିଳା ପୂର୍ବରୁ କୃଷକ ଆତଙ୍କବାଦୀ ବୋଲି କହିଥିଲେ ଏବଂ ବର୍ତ୍ତମାନ ପୁଣିଥରେ ଅପମାନଜନକ ବିବୃତି ଦେଇଛନ୍ତି। ଏଥିରେ ବିଜେପିର ନୀରବ ସମ୍ମତି ରହିଛି।

    ଭାଜପାର ସହଯୋଗୀ ଜନତା ଦଳ ୟୁନାଇଟେଡ ନେତା କେ.ସି ତ୍ୟାଗୀ କଙ୍ଗନାଙ୍କ ବିବୃତିକୁ କୃଷକମାନଙ୍କ ପ୍ରତି ଅପମାନଜନକ ବୋଲି କହିଛନ୍ତି।  ସେ ପ୍ରଶ୍ନ କରିଛନ୍ତି, ବିଜେପି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିର ଅପମାନ। ଆମେ ମଧ୍ୟ କୃଷି ନିୟମ ବିରୁଦ୍ଧରେ ଥିଲୁ ଏବଂ ଆମେ କଙ୍ଗନା ରାନାୱତଙ୍କ ବିରୋଧୀ।

    କଙ୍ଗନାଙ୍କ ବିବୃତି ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ଗୌରବ ଭାଟିଆ କହିଛନ୍ତି, କୃଷି ଆଇନ ଉପରେ କଙ୍ଗନା ରାନାୱତଙ୍କ ବିବୃତି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହା ତାଙ୍କର ବ୍ୟକ୍ତିଗତ ମତ।  ବିଜେପି ତରଫରୁ  ମନ୍ତବ୍ୟ ଦେବାକୁ ସେ ସ୍ବୀକୃତପ୍ରାପ୍ତ ନୁହଁନ୍ତି।  ତାଙ୍କ ମନ୍ତବ୍ୟ ଦଳର ମତକୁ ପ୍ରତିନିଧିତ୍ୱ କରେ ନାହିଁ।

    କଙ୍ଗନାଙ୍କ ବିବୃତିର ଭିଡ଼ିଓ ନିଜର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିବାବେଳେ କଂଗ୍ରେସ ଲେଖିଛି, ବିଜେପି ସାଂସଦ କଙ୍ଗନା ରାନାୱତ ଚାଷୀଙ୍କ ଉପରେ ଲାଗୁ ହୋଇଥିବା ତିନୋଟି କଳା ନିୟମକୁ ପୁଣି କାର୍ଯ୍ୟକାରୀ କରିବା କଥା କହୁଛନ୍ତି।

    ୭୫୦ରୁ ଅଧିକ ଚାଷୀ ସହୀଦ ହେବା ପରେ ମୋଦୀ ସରକାରଙ୍କ ନିଦ ଭାଙ୍ଗିଥିଲା।   ବର୍ତ୍ତମାନ ବିଜେପି ସାଂସଦମାନେ ଏହି ଆଇନ ଫେରାଇ ଆଣିବାକୁ ଯୋଜନା କରୁଛନ୍ତି ଏବଂ କଂଗ୍ରେସ କୃଷକମାନଙ୍କ ସହ ଅଛି।  ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସାଂସଦମାନେ ଯେତେ ଚେଷ୍ଟା କଲେ ମଧ୍ୟ ତାହା ସମ୍ଭବ ହେବ ନାହିଁ।

    ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ମଣ୍ଡି ସାଂସଦ କଙ୍ଗନା ତାଙ୍କ ନିର୍ବାଚନମଣ୍ଡଳୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଥିଲେ, ମୁଁ ଜାଣେ ଏହି ବିବୃତି ବିବାଦୀୟ ହୋଇପାରେ, କିନ୍ତୁ ତିନି କୃଷି ଆଇନ ପୁନ-କାର୍ଯ୍ୟକାରୀ ହେବା ଉଚିତ୍। କଙ୍ଗନା ଯୁକ୍ତି କରିଥିଲେ  ଯେ ଏହି ନିୟମ କୃଷକଙ୍କ ସ୍ୱାର୍ଥରେ ଅଛି, କିନ୍ତୁ କେତେକ ରାଜ୍ୟରେ କୃଷକଙ୍କ  ବିରୋଧ ଯୋଗୁ ସରକାର ଏହାକୁ  ପ୍ରତ୍ୟାହାର କରି ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ