Saturday, March 21, 2026
32.2 C
Odisha

    ରାହୁଲ ନବୀନ ହେଲେ ଇଡି ନିର୍ଦ୍ଦେଶକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ନିଯୁକ୍ତ କରିଛନ୍ତି। ଏହି ଦାୟିତ୍ୱ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଦିଆଯାଇଛି। ରାହୁଲ ନବୀନ ହେଉଛନ୍ତି ଭାରତୀୟ ରାଜସ୍ୱ ସେବା (ଆୟକର)ର ୧୯୯୩ ବ୍ୟାଚ୍ ଅଧିକାରୀ।ଗତ ବର୍ଷ ସେପ୍ଟେମ୍ବର ୧୫ ରେ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ସ୍ବତନ୍ତ୍ର ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପରେ, ଚଳିତ ବର୍ଷ ଜାନୁୟାରୀ ମାସରେ ସେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅତିରିକ୍ତ ସଚିବ ଭାବେ ପଦୋନ୍ନତି ହୋଇଥିଲେ।ବର୍ତ୍ତମାନ ତାଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ସେ ୨ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ଦାୟିତ୍ବ ଜୁଲାଇବେ। ଯଦିଓ କାର୍ଯ୍ୟକାଳକୁ ମଧ୍ୟ ବୃଦ୍ଧି କରାଯାଇପାରେ।

    ନଭେମ୍ବର ୨୦୧୯ରେ ନବୀନ (୫୭) ଇଡିରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ। ଯେତେବେଳେ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା ଯେତେବେଳେ ଅନ୍ତର୍ଜାତୀୟ ଟିକସ ମାମଲାରେ ବିଶେଷଜ୍ଞ ନବୀନ ଇଡିର କାର୍ଯ୍ୟନିର୍ବାହୀ ମୁଖ୍ୟ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    32.2 ° C
    32.2 °
    32.2 °
    24 %
    4.5kmh
    12 %
    Sat
    31 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ