କୁକୁର ପାଇଁ ବିମାନର ବିଜ୍‌ନେସ୍‌ କ୍ଲାସ ବୁକ୍‌

କୁକୁର ପାଇଁ ବିମାନର ବିଜ୍‌ନେସ୍‌ କ୍ଲାସ ବୁକ୍‌
timesnownews

ସାଧାରଣତଃ ବିମାନ ଯାତ୍ରା କରିବାକୁ ଲୋକଙ୍କ ମନରେ ସ୍ବପ୍ନ ଥାଏ। କିନ୍ତୁ ମୁମ୍ବାଇରେ ଏକ କୁକୁର ବିମାନର ବିଜ୍‌ନେସ୍‌ କ୍ଲାସରେ ଯାତ୍ରା କରିଛି। ଜଣେ ମାଲିକ କୁକୁରକୁ ବିଜ୍‌ନେସ୍‌ କ୍ଲାସ ବିମାନ ବୁକ୍‌ କରି ମୁମ୍ବାଇରୁ ଚେନ୍ନାଇ ଯାତ୍ରା କରିଥିଲେ। ଏହି ମାଲିକ କୁକୁର ସହ ୨ ଘଣ୍ଟାର ଯାତ୍ରା ପାଇଁ ୨.୫ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି।

ଏୟାର ଇଣ୍ଡିଆ ବିମାନରେ ପୂରା ବିଜ୍‌ନେସ କ୍ଲାସ ଖାଲି ଥିଲା। କିନ୍ତୁ ଦୁଇ ଯାତ୍ରୀଙ୍କ ପାଇଁ ଜଣେ ବ୍ୟକ୍ତି ପୂରା ବିଜ୍‌ନେସ କ୍ଲାସକୁ ବୁକ୍‌ କରିଥିଲେ। ବୁଧବାର ସକାଳେ ଏୟାର ଇଣ୍ଡିଆର ବିମାନ ଏ୧-୬୭୧ରେ ଯାତ୍ରା କରିଥିଲେ। ଏୟାର ଇଣ୍ଡିଆ ଏ-୩୨୦ ବିମାନରେ ଜେ- କ୍ଲାସର କ୍ୟାବିନରେ ୧୨ଟି ସିଟ୍‌ ଥିଲା। କୁକୁରଟି ବିଜ୍‌ନେସ କ୍ଲାସରେ ଯାତ୍ରା କରିଥିଲା।

୨୦୧୮ରେ ବିମାନରେ ଏକ ପୋଷା କୁକୁରକୁ ବିମାନରେ ଯାତ୍ରା କରାଇଥିଲେ ଜଣେ ମାଲିକ। ସେ ବାଙ୍ଗାଲୁରୁରୁ ଦିଲ୍ଲୀ ବିମାନରେ ବିଜ୍‌ନେସ କ୍ଲାସରେ ଯାତ୍ରା କରିଥିଲେ।