୨୧ ଦିନ ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଦୀର୍ଘ ୨୧ ଦିନ ପରେ ପୁଣି ଥରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିଲା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଆଜିଠାରୁ ଭକ୍ତମାନେ କୋଭିଡ ନିୟମ ମାନି ଆଖଣ୍ଡଳମଣିଙ୍କ ଦର୍ଶନ କରିପାରିବେ। ଆଜି ମନ୍ଦିର ଖୋଲାବା ପରେ ଭକ୍ତଙ୍କ ମାନେ ଖୁସିଥିବା ବେଳେ କରୋନା ନିୟମ ମାନି ବାବାଙ୍କୁ ଦର୍ଶନ କରୁଛନ୍ତି। ଅନ୍ୟପଟେ ଦୀର୍ଘ ଦିନ ପରେ ମନ୍ଦିର ଖୋଲିଥିବାରୁ ସେବାୟତମାନେ ମଧ୍ୟ ବେଶ ଖୁସି ଥିବା କହିଛନ୍ତି। ମାଘ ମାସ ଚାଲିଥିବାରୁ ଭକ୍ତମାନେ ବାବାଙ୍କୁ ଦର୍ଶନ ପାଇ ନିଜକୁ ଧନ୍ୟମନେ କରୁଥିବାର କହିଛନ୍ତି। ଗତ ମାସ ୧୦ତାରିଖରୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରଶାସନର ନିଷ୍ପତ୍ତି କ୍ରମେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଏହାସହ ଆଜିଠୁ ମଧ୍ୟ ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ସର୍ବାଧରଣଙ୍କୁ ଅନୁମତି ମିଳିଛି।
Comments (0)