ରାଗିଛନ୍ତି କି ପତ୍ନୀ ; ଏଭଳି ଉପାୟରେ ମନାନ୍ତୁ

ରାଗିଛନ୍ତି କି ପତ୍ନୀ ; ଏଭଳି ଉପାୟରେ ମନାନ୍ତୁ

ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ ହୋଇଥାଏ । ଏଥିରେ ପରସ୍ପରଙ୍କୁ ସମ୍ମାନ ଦେବା, ଯତ୍ନ ନେବା, ସମସ୍ତ ପରିସ୍ଥିତିକୁ ଦୁହେଁ ମିଶି ମୁକାବିଲା କରଥାନ୍ତି । କିନ୍ତୁ ଅନେକ ସମୟରେ ସାମାନ୍ୟ ତ୍ରୁଟି ଯୋଗୁଁ ଏହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଯାହା ଦ୍ୱାରା ପତ୍ନୀ ମାନେ ନିଜ ସ୍ୱାମୀଙ୍କ ଉପରେ କ୍ରୋଧିତ ହୋଇଥାନ୍ତି । ଏପରି ପରିସ୍ଥିତିରେ ସ୍ୱାମୀ ମାନେ ପତ୍ନୀଙ୍କୁ ମନାଇବା ପାଇଁ ଉପାୟ ଖୋଜିଥାନ୍ତି । କିନ୍ତୁ ଏଭଳି କିଛି ଉପାୟ ଅଛି ଯାହାକୁ ପ୍ରୟୋଗ କରି ଆପଣ ପତ୍ନୀଙ୍କୁ ମନେଇ ପାରିବେ ।

ଉପହାର: ଝିଅ ମାନଙ୍କୁ ଉପହାର ବେଶି ପସନ୍ଦ ହୋଇଥାଏ । ତେଣୁ ପତ୍ନୀ ରାଗିବା ସମୟରେ ଆପଣ ତାଙ୍କୁ, ତାଙ୍କ ମନ ପସନ୍ଦର ଉପହାର ଦିଅନ୍ତୁ । ଏହା ଦ୍ୱାରା ତାଙ୍କ କ୍ରୋଧ ଫଟାକ୍ ସେ ଦୂର ହୋଇଯିବ ।

କ୍ୟାଣ୍ଡେଲ ନାଇଟ୍ ଡିନର: ଯଦି ଆପଣ ଆପଣଙ୍କ ପତ୍ନୀଙ୍କୁ ଶାନ୍ତ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ବାହାରକୁ କ୍ୟାଣ୍ଡେଲ ନାଇଟ୍ ଡିନର ପାଇଁ ନେଇକି ଯାଆନ୍ତୁ । ଏହାଦ୍ୱାରା ତାଙ୍କ ବିରକ୍ତପଣ ଚାଲି ଯାଇଥାଏ ।

ସପିଙ୍ଗ୍: ମହିଳାମାନେ ସପିଂ କରିବାକୁ ବେଶ୍ ପସନ୍ଦ କରିଥାନ୍ତି । ତେଣୁ ଯେତେବେଳେ ମହିଳାମାନେ କ୍ରୋଧିତ ଥାଆନ୍ତି, ସେହି ସମୟରେ ତାଙ୍କୁ ସପିଙ୍ଗ ପାଇଁ ନେଇ ଯାଆନ୍ତୁ । ଏହା ଦ୍ୱରା ଆପଣଙ୍କ ପକେଟ୍ ଖାଲି ହୋଇଯବ ସତ କିନ୍ତୁ ପତ୍ନୀଙ୍କ କ୍ରୋଧ ସପୂର୍ଣ୍ଣ ଶାନ୍ତ ହୋଇଯିବ ।

ଘରକାମରେ ସାହାଯ୍ୟ କରନ୍ତୁ: କ୍ରୋଧିତ ପତ୍ନୀଙ୍କୁ ଶାନ୍ତ କରିବା ପାଇଁ ଆପଣ ତାଙ୍କୁ ଘର କାମରେ ସାହାଯ୍ୟ କରନ୍ତୁ । ଯେତେବେଳେ ଆପଣ ଏହା କରିବେ ଆପଣଙ୍କ ପତ୍ନୀ ଭାବିବେ ଯେ ଆପଣ ତାଙ୍କ ଖିଆଲ ରଖୁଛନ୍ତି ଓ ଯତ୍ନ କରୁଛନ୍ତି । ଏହା ଦ୍ୱାରା ତାଙ୍କ କ୍ରୋଧ ଶାନ୍ତ ହୋଇ ଯାଇଥାଏ