Friday, March 29, 2024
26.9 C
Odisha

    ଗାଁ ମୁହାଁ ଜଙ୍ଗଲୀ ଜନ୍ତୁ; ଭାଲୁ ଆକ୍ରମଣରେ ୩ ଗୁରୁତର

    ଆଗକୁ ପଢନ୍ତୁ

    ନୂଆପଡ଼ା; ନୂଆପଡ଼ା ସହରରେ ଭାଲୁ ଆକ୍ରମଣରେ ଦୁଇ ସଫେଇ କର୍ମଚାରୀଙ୍କ ସହ ମୋଟ୍ ୩ ମହିଳା ଗୁରୁତର । ମଙ୍ଗଳବାର ଭୋର୍‌ ସକାଳୁ ଭାଲୁ ଆକ୍ରମଣରେ ଦୁଇ ଜଣ ସଫେଇ କର୍ମଚାରୀଙ୍କ ସହ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଦୁଇ ଦିନ ହେଲା ନୂଆପଡ଼ା ସହରରେ ଏକ ଭାଲୁ ବୁଲୁଛି । ଆଜି ସକାଳେ ଏସପି ଅଫିସ ସମ୍ମୁଖ ସିଂ କଲୋନୀର ମୁଖୀ ମହାରଥା ଫୁଲ ତୋଳିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣ କରିଥିଲା । ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଭାଲୁକୁ ଘଉଡ଼ାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କରେ ଭାଲୁଟି ଏନଏସିର ଦୁଇ ସଫେଇ କର୍ମଚାରୀ ଗୀତ ନେତାମ ଓ ହୀନା ସୁନାନୀଙ୍କୁ ଆକ୍ରମଣ କରିଥିଲା । ନୂଆପଡ଼ା ସହରରେ ଭାଲୁ ପାଇଁ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    33 %
    1.8kmh
    0 %
    Thu
    27 °
    Fri
    40 °
    Sat
    41 °
    Sun
    38 °
    Mon
    41 °

    ସମ୍ବନ୍ଧିତ