ସରକାରୀ ରିପୋର୍ଟ ହିସାବରେ ଜାଣନ୍ତୁ କରୋନା ଟିକାକରଣ ପାଇଁ ଜଣଙ୍କୁ କେତେ ସମୟ ଲାଗିବ ଓ ଥରକେ କେତେଜଣଙ୍କୁ ଟିକା ଦିଆଯାଇପାରିବ...

ସରକାରୀ ରିପୋର୍ଟ ହିସାବରେ ଜାଣନ୍ତୁ କରୋନା ଟିକାକରଣ ପାଇଁ ଜଣଙ୍କୁ କେତେ ସମୟ ଲାଗିବ ଓ ଥରକେ କେତେଜଣଙ୍କୁ ଟିକା ଦିଆଯାଇପାରିବ...

ଦେଶବାସୀଙ୍କୁ କରୋନା କୋପରୁ ସୁରକ୍ଷା ଦେବା ପାଇଁ ଯଥାଶୀଘ୍ର ଆରମ୍ଭ କରାଯିବ ଟିକାକରଣ । ସବିଶେଷ ସୂଚନା ଅନୁସାରେ ଦେଶରେ ଜରୁରୀ ଟିକାକରଣ ପାଇଁ ଫାଇଜର ଓ ସିରମ୍‌ ଇନଷ୍ଟିଚ୍ୟୁଟ ପକ୍ଷରୁ ଡିସିଜିଆଇର ମଞ୍ଜୁରୀ ପାଇଁ ଆବେଦନ କରାଯାଇସାରିଛି । ତେବେ ଏ ସବୁ ଭିତରେ ଟିକାକରଣ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଏକ ଅନଲାଇନ୍‌ ଆପ୍‌ର ବିକାଶ କରାଯାଇ ସେଥିରେ ଟିକାକରଣ ଓ କେନ୍ଦ୍ର ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯିବ । କେବଳ ଏତିକି ନୁହେଁ, ଆହୁରି ମଧ୍ୟ ଏହି ଚର୍ଚ୍ଚିତ ରିପୋର୍ଟରେ ସୂଚନା ଦିଆଯାଇଛି ଯେ, ଟିକାକରଣ କେନ୍ଦ୍ରମାନଙ୍କରେ ୩ଟି ଭିନ୍ନ ଭିନ୍ନ ପ୍ରକୋଷ୍ଠର ବ୍ୟବହାର କରାଯିବ । ପ୍ରଥମ ପ୍ରକୋଷ୍ଠଟି ପ୍ରତୀକ୍ଷାଳୟ, ଦ୍ୱିତୀୟ ପ୍ରକୋଷ୍ଠଟି ଟିକା ପ୍ରଦାନ ଓ ତୃତୀୟ ପ୍ରକୋଷ୍ଠଟି ଟିକା ନେଇଥିବା ବ୍ୟକ୍ତିଙ୍କର ବିଶ୍ରାମଳୟ ଭାବରେ ବ୍ୟବହାର କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ବିଶ୍ରାମଳୟରେ ଟିକା ନେଇଥିବା ବ୍ୟକ୍ତି ଅନ୍ୟୁନ ଅଧଘଣ୍ଟା ସମୟ ପର୍ଯ୍ୟନ୍ତ ବିଶ୍ରାମ କରିବେ । ଯାହାଦ୍ୱାରା ତାଙ୍କ ଉପରେ ହେଉଥିବା ଟିକାର ପ୍ରଭାବ ସମ୍ପର୍କରେ ଡାକ୍ତର ନିରୀକ୍ଷଣ କରିପାରିବେ । ଏସବୁ ବ୍ୟତୀତ ଥରକରେ ଅତିକମ୍‌ରେ ୧୦୦ଜଣଙ୍କୁ ଟିକା ଦିଆଯାଇପାରିବ ବୋଲି ମଧ୍ୟ ଏହି ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି ।