ନିର୍ବାଚନୀ ପ୍ରତିଶୃତି ଦେଲେ ଅରବିନ୍ଦ କେଜ୍ରିଓ୍ବାଲ; ପ୍ରତି ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦ ଟଙ୍କା

ନିର୍ବାଚନୀ ପ୍ରତିଶୃତି ଦେଲେ ଅରବିନ୍ଦ କେଜ୍ରିଓ୍ବାଲ; ପ୍ରତି ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦ ଟଙ୍କା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବର ମୋଗାରେ ଏକ ରାଲିକୁ ସମ୍ବୋଧିତ କରି ବଡ ନିର୍ବାଚନୀ ପ୍ରତିଶୃତି ଦେଇଛନ୍ତି। ସେ କହିଛନ୍ତି, ଯଦି ଆମ ଆଦମୀ ପାର୍ଟିର ସରକାର ପଞ୍ଜାବରେ ହୁଏ ତେବେ ପ୍ରତି ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯାଇଥାଏ।

ପେନଶନ୍ ବ୍ୟତୀତ ଟଙ୍କା ମିଳିବ। ଏହା ଦୁନିଆର ସବୁଠାରୁ ବଡ ମହିଳା ସଶକ୍ତିକରଣ ଅଭିଯାନ ହେବ। ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି, ମୋର ବିରୋଧୀ କହିବେ ଟଙ୍କା କେଉଁଠୁ ଆସିବ? ବାସ୍ ପଞ୍ଜାବରୁ ମାଫିଆ ଶେଷ କରିବାର ଅଛି। ଟଙ୍କା ଆସିଯିବ। ମୁଖ୍ୟମନ୍ତ୍ରୀମାନେ ବିମାନ କିଣି ନେଉଛ୍ତି, ମୁଁ କିଣିନି। ମୁଁ ଟିକେଟ୍ ଫ୍ରି କରିଦେଇଛି। କେଜ୍ରିଓ୍ବାଲ ଯାହା କୁହେ ତାହା କରେ। ଏଥର ନିର୍ବାଚନ ପଞ୍ଜାବର ଭବିଷ୍ୟତ ବଦଳାଇପାରେ। ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି, ଏଥର ବାପା କିମ୍ବା ସ୍ବାମୀଙ୍କୁ କହିବେନି କାହାକୁ ଭୋଟ ଦେବାକୁ, ବଂର ମହିଳାମାନେ ଧାର୍ଯ୍ୟ କରିବେ କାହାକୁ ସେମାନେ ଭୋଟ ଦେବେ। ସବୁ ମହିଳାମାନେ ଘରେ କୁହନ୍ତୁ, ଏଥର. ବାସ୍ ପୁଣିଥରେ କେଜ୍ରିଓ୍ବାଲଙ୍କୁ ସୁଯୋଗ ଦେଇ ଦେଖ।

ସେ କହିଛନ୍ତି ଜଣେ ନକଲି କେଜ୍ରିଓ୍ବାଲ ବୁଲୁଛନ୍ତି। ମୁଁ ଯାହା ବି ପ୍ରତିଶୃତି ଦିଏ, ଦୁଇ ଦିନ ପରେ ସେ ତାହା ହିଁ କୁହନ୍ତି। କାରଣ ସେ ନକଲି। ମୁଁ କହିଲି ବିଜୁଳି ଫ୍ରି କରିବି,ତେଣୁ ସେ ବିଜୁଳି ଫ୍ରି କରିଦେଲେ। ଏବେ ଲୁଧିୟାନାରେ ଭାଷଣ ଚାଲିଥିଲା। ସେ କହିଛନ୍ତି ୪୦୦ ୟୁନିଟ୍‌ ବିଜୁଳି ଫ୍ରି କରିଦେବେ। ଯଦି ଜଣେ ଲୋକର ବିଲ୍‌ 'ଶୂନ' ଆସେ ତେବେ ମୋତେ କୁହ। ପୁରା ଦେଶରେ କେବଳ କେଜ୍ରିଓ୍ବାଲ ହିଁ ବିଜୁଳି ବିଲ୍‌ 'ଶୂନ୍' କରିପାରେ।'