ଆର୍ଯ୍ୟନଙ୍କୁ ମିଳିଲାନି ବେଲ୍ ୧୩ରେ ହେବ ଶୁଣାଣି

ଆର୍ଯ୍ୟନଙ୍କୁ ମିଳିଲାନି ବେଲ୍ ୧୩ରେ ହେବ ଶୁଣାଣି

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମସ୍ୟା ବଢିବାରେ ଲାଗିଛି, ଆଜିବି ତାଙ୍କୁ ମିଳି ପାରିନି ଜାମିନ। ସେସନ୍‌ କୋର୍ଟରେ ୧୧ ଅକ୍ଟୋବରରେ ହେବାକୁ ଥିବା ଶୁଣାଣି ଏବେ ୧୩ ଅକ୍ଟୋବରରେ ହେବ ବୋଲି ଜଣାପଡ଼ିଛି। ତେଣୁ ଆର୍ଯ୍ୟନଙ୍କୁ ଆହୁରି ୨ ଦିନ ଜେଲ୍‌ରେ ରହିବାକୁ ପଡ଼ିବ।ଏହି ମାମଲାରେ ଜବାବ ଦାଖଲ ​ପାଇଁ ଏନସିବି ବୁଧବାର ପର୍ଯ୍ୟନ୍ତ ସମୟ ମାଗିଛି। ବୁଧବାର ସକାଳ ୧୧ଟା ସୁଦ୍ଧା ଏନସିବି ଜବାବ ଦାଖଲ କରିବ। ତେଣୁ ଅକ୍ଟୋବର ୧୩ରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି ସ୍ଥିର ହୋଇଛି। ଆର୍ଯ୍ୟନ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି।