ହ୍ୟାକ ହେଲା ସୁଜୈନଙ୍କ ଇନଷ୍ଟା ଆକାଉଣ୍ଟ

ହ୍ୟାକ ହେଲା  ସୁଜୈନଙ୍କ ଇନଷ୍ଟା ଆକାଉଣ୍ଟ

ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହେବା ସହଜ କଥା । ଏଯାବତ ଅନେକ ସେଲିବ୍ରିଟିଙ୍କ ଆକାଉଣ୍ଟ ହ୍ୟାକ ହୋଇସାରିଲାଣି । ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ସୁପରଷ୍ଟାର ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନ। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହେବା ଖବର ସାମ୍ନାକୁ ଆସିଥିଲା । ଯାହା ବିଷୟରେ ସେ ସମସ୍ତଙ୍କୁ ଜଣାଇଥିଲେ।

ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ସମସ୍ତଙ୍କୁ ନମସ୍କାର ମୋର ଇନଷ୍ଟାଗ୍ରାମ ଆକାଉଣ୍ଟ ଏକ ଫର୍ଜି ଇମେଲ ଦ୍ୱାରା ହ୍ୟାକ ହୋଇଥିଲା । ଯାହା ଇନଷ୍ଟାଗ୍ରାମର ଅଂଶ ବୋଲି ସୂଚନା ଦେଇଥିଲା । ମୁଁ ଅନୁଭବ କଲି ନାହିଁ ଯେ ଏହା ପ୍ରାମାଣିକ ନୁହେଁ ତେଣୁ ମୁଁ ବଟନ୍ ଉପରେ କ୍ଲିକ୍ କରିଥିଲି । ଦୟାକରି କୌଣସି ଖାସ୍ ଇମେଲ କିମ୍ବା ସୂଚନାରେ କ୍ଲିକ୍ କରନ୍ତୁ ନାହିଁ ଏହି ପରିସ୍ଥିତିକୁ ଶୀଘ୍ର ସମାଧାନ କରିବାରେ ଏବଂ ମୋ ଆକାଉଣ୍ଟକୁ ଫେରାଇବାରେ ମୋତେ ସାହାଯ୍ୟ କରିଥିବାରୁ ଇନଷ୍ଟାଗ୍ରାମ ଟିମକୁ ଅଶେଷ ଧନ୍ୟବାଦ । ଭାଇରାଲ ଚୋର ଏବଂ ଡକାୟତଙ୍କଠାରୁ ଦୟାକରି ସୁରକ୍ଷିତ ରୁହନ୍ତୁ । ’ସୁଜୈନ ଯେଉଁ ନୋଟ୍ ସେୟାର କରିଛନ୍ତି ତାହା ତାଙ୍କ ହାତଲେଖା ।

ପ୍ରକାଶ ଥାଉକି ପରସ୍ପରଠୁ ଅଲଗା ହୋଇଯାଇଥିବା ହ୍ରିତିକ ଓ ସୁଜୈନ ଏବେ ମଧ୍ୟ ଭଲ ବନ୍ଧୁ ପରି । ଦୁଇଜଣ ଲକଡାଉନ ସମୟରେ ପରିବାର ସହ ଏକାଠି ରହୁଥିଲେ । ଆଉ ଦୁଇ ପୁଅଙ୍କ ସହ ମଜାମସ୍ତି କରୁଥିବାର ନଜର ଆସୁଥିଲେ।