ଆସାମରେ ବନ୍ୟା: ୬ଟି ଜିଲ୍ଲାର ୨୪,୬୮୧ ଜଣ ପ୍ରଭାବିତ

ଆସାମରେ ବନ୍ୟା: ୬ଟି ଜିଲ୍ଲାର ୨୪,୬୮୧ ଜଣ ପ୍ରଭାବିତ

ଆସାମରେ ଲଗାଣ ବର୍ଷା କାରଣରୁ ଡିମା ହସାଓର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାରି ପ୍ରଭାବରେ ଡିମା ହାସାଓ ଜିଲ୍ଲାର ୧୨ଟି ଗାଁରେ ଭୂସ୍ଖଳନ ହୋଇଥିବା ବେଳେ , ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ ହୋଇଛି। ଏହାସହ ହାଫଲଙ୍ଗ ଅଞ୍ଚଳରେ ପ୍ରାୟ ୮୦ ଘର ଗୁରୁତର ଭାବରେ ପ୍ରଭାବିତ ହୋଇଛି।ଆସାମରେ ୬ଟି ଜିଲ୍ଲାର ୯୪ଟି ଗାଁରେ ୨୪,୬୮୧ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।

ଗତକାଲି ରାତିରେ କଛାର ଜିଲ୍ଲାର ବାଲିଚରା ଏବଂ ବାରଖୋଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ସେନା କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ବନ୍ୟା ଜଳରେ ଫସି ରହିଥିବା ଅନେକ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଛି ।