Friday, April 19, 2024
29.3 C
Odisha

    ଡାବୁଗାଁ ଜଙ୍ଗଲରୁ ଧରାପଡିଲେ ୫ ଅନ୍ତରାଜ୍ୟ ଲୁଟେରା କାର ସହ ଟଙ୍କା ଜବତ

    ଆଗକୁ ପଢନ୍ତୁ

    ଏଟିଏମ୍ ତାଡି ଟଙ୍କା ଲୁଟ ଘଟଣାରେ ସମସ୍ତ ୫ ଲୁଟେରାଙ୍କୁ ଗିରଫ କଲା ନବରଙ୍ଗପୁର ପୋଲିସ । ସର୍ଚ୍ଚ ଅପରେସନ୍ବେଳେ ଡାବୁଗାଁ ଜଙ୍ଗଲରେ ଲୁଚି ରହିଥିବାବେଳେ ୫ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଲୁଟେରା ବାହାର ରାଜ୍ୟର । ୪ ଜଣ ହରିୟାଣାର ହୋଇଥିବାବେଳେ ଜଣେ ଲୁଟେରା ଛତିଶଗଡର । ସମସ୍ତ ଲୁଟେରାଙ୍କୁ ଜଙ୍ଗଲରୁ ଗିରଫ କରିବା ସହ ସେମାନଙ୍କ କାର ଏବଂ ଲୁଟ ଟଙ୍କା ଜବତ କରିଛି ପୋଲିସ । ତେବେ କେତେ ଟଙ୍କା ଜବତ ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ । ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମକୁ କାଟି ଟଙ୍କା ଲୁଟି ନେଇଥିଲେ ଏହି ଲୁଟେରା । କଟରରେ କାଟିବା ସମୟରେ ଏଟିଏମ୍ରେ ନିଆଁ ଲାଗି ଯାଇଥିବାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ପୋଲିସ । ତେବେ ନିଆଁ ଲାଗି କିଛି ଟଙ୍କା ପୋଡି ଯାଇଥିବାରୁ ସେଗୁଡିକୁ ଦୁର୍ବୃତ୍ତମାନେ ସେଠାରେ ଛାଡି ଚାଲିଯାଇଥିବା ପୋଲିସ ଦେଖିବାକୁ ପାଇଥିଲା । ପରେ ଲୁଟେରାଙ୍କୁ କାବୁ କରିବା ପାଇଁ ପିଛା କରିଥିଲା ପୋଲିସ ପାଟ୍ରୋଲିଂ ଟିମ୍ । ଲୁଟେରାମାନେ ତିରିଶ କିଲୋମିଟର ଦୂର ଡାବୁଗାଁ ନିକଟ ଜଙ୍ଗଲରେ ଗାଡି ଛାଡି ଲୁଚି ରହିଥିଲେ । ସର୍ଚ୍ଚ ଅପରେସନ୍ କରି ସମସ୍ତ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ନବରଙ୍ଗପୁର ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.3 ° C
    29.3 °
    29.3 °
    22 %
    1.3kmh
    47 %
    Fri
    42 °
    Sat
    43 °
    Sun
    44 °
    Mon
    42 °
    Tue
    42 °

    ସମ୍ବନ୍ଧିତ