ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
ଗଜପତି ୦୭।୧୨: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ । ୩ ଲୁଟେରାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସନ୍ତୋଷି ପୋଲିସ ନିକଟରେ ଘଟିଛି ଏପରି ଘଟଣା ।
ଖବର ଅନୁଯାୟୀ, ପାରଳାଖେମୁଣ୍ଡି ସନ୍ତୋଷି ପୋଲିସ ଷ୍ଟେସନ ନିକଟରେ ଥିବା ଏକ SBI ଏଟିଏମ୍ ତାଡି ଟଙ୍କା ବାହାର କରୁଥିଲେ ଲୁଟେରା । ଖବର ପାଇ ପେଟ୍ରୋଲିଂ କରୁଥିବା ପୋଲିସ ପହଞ୍ଚିଥିଲା । ପୋଲିସକୁ ଦେଖି ଲୁଟେରା ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେମାନଙ୍କ ପିଛା କରି କାବୁ କରିଥିଲା । ପୋଲିସ ଗୋଡାଇ ଗୋଡାଇ ଲୁଟେରାଙ୍କୁ ଧରିଥିଲା । ୩ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।
Comments (0)