ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାକୁ ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ

ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାକୁ ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ

କେନ୍ଦ୍ର କ୍ୟାବିନେଟରେ ଆଜି ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାକୁ ମଞ୍ଜୁରୀ ମିଳିଛି। ଏଥି ପାଇଁ ୬୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ଯୋଜନା ଅନୁଯାୟୀ ସମସ୍ତ ଜିଲ୍ଲା ଓ ୩୩୮୨ ବ୍ଲକରେ ଏକୀକୃତ ଜନ ସ୍ୱାସ୍ଥ୍ୟ ଲ୍ୟାବ ସ୍ଥାପନା କରାଯିବ। ଏହାସହ ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ ଭାଷଣରେ ୬ ବର୍ଷ (ଆର୍ଥିକ ବର୍ଷ ୨୦୨୫-୨୬ ଯାଏଁ)ରେ ୬୪୧୮୦ କୋଟି ଟଙ୍କା ବ୍ୟୟ କରାଯିବା ନେଇ ଘୋଷଣା ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଯୋଜନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ହେବ।