ଅର୍ଶ ଭଲ କରେ ପାଚିଲା କଦଳୀ

ଅର୍ଶ ଭଲ କରେ ପାଚିଲା କଦଳୀ

ଶୀତ ଦିନରେ କୋଷ୍ଠକାଠିନ୍ୟ ଏକ ବଡ ସମସ୍ୟା ହୋଇ ଉଭା ହୋଇଥାଏ। ବେଳେ ବେଳେ ଏହା ଅର୍ଶ ଭଳି ଗମ୍ଭୀର ରୋଗରେ ପରିଣତ ହୋଇଥାଏ। ଅର୍ଶ ଏଭଳି ଏକ ରୋଗ ଯେଉଁଥିରେ ଖୁବ୍ କଷ୍ଟ ହେବା ସହ ମଳଦ୍ୱାରରୁ ରକ୍ତ ମଧ୍ୟ ବାହାରିଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଔଷଧ ଖାଇଥାନ୍ତି। କିନ୍ତୁ ଆପଣ କେବଳ ପାଚିଲା କଦଳୀ ଦ୍ଵାରା ଏହି ସମସ୍ୟାରୁ ରକ୍ଷା ପାଇପାରିବେ। କେମିତି ଆଉ କଣ କରିବେ ଆମେ କହୁଛୁ....

ଦୈନନ୍ଦିନ ଜୀବନଶୈଳୀରେ ଏହି ରୋଗକୁ ଦୂର କରିବା ପାଇଁ ଆପଣ ନିଜର ଡାଏଟ୍‌ରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ, ଅଧିକ ପାଣି ପିଅନ୍ତୁ ଏବଂ ଲିକ୍ୱିଡ୍ ଡାଏଟ୍‌ରେ ସାମିଲ କରନ୍ତୁ, ଯେପରି ଶରୀର ହାଇଡ୍ରେଟେଡ ରହିବ। ଏହାବ୍ୟତୀତ ଶାରୀରିକ ବ୍ୟାୟାମ ଏବଂ ନିଦ ମଧ୍ୟ ଅର୍ଶକୁ ଭଲ କରିବାରେ ସାହାଯ୍ୟ କରିଥାଏ। ପାଚିଲା କଦଳୀ ଅର୍ଶ ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ। କାର୍ବୋହାଇଡ୍ରେଟସ୍‌ରେ ଭରପୁର ଥିବା ପାଚିଲା କଦଳୀ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ଔଷଧ ଭଳି କାମ କରିଥାଏ। ପ୍ରତ୍ୟେକଦିନ କଦଳୀ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ସଠିକ ହୋଇଥାଏ। ପ୍ରତ୍ୟେକ ଦିନ କଦଳୀ ଖାଇବା ଦ୍ୱାରା ଡାଇଜୋଷ୍ଟିବ ସିଷ୍ଟମ୍ ସଠିକ ରହିଥାଏ ଏବଂ ପୋଷକ ତତ୍ତ୍ୱ ଅବଶୋଷଣ ହୋଇଥାଏ, ଯାହାଦ୍ୱାରା ଇମ୍ୟୁନ ସିଷ୍ଟମ ସୁସ୍ଥ ରହିଥାଏ। ସେହିପରି କ୍ଷୀର, ଦହି ସେବନ ଦ୍ଵାରା ଅର୍ଶ ରୋଗ ଭଲ ହୋଇଥାଏ।