ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ହେଲେ ବିଜେଡିର ମିଟୁ ନାୟକ

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ହେଲେ ବିଜେଡିର ମିଟୁ ନାୟକ
ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ହେଲେ ବିଜେଡିର ମିଟୁ ନାୟକ

ବାଣପୁର, ୩୦/୦୩: ପୌର ନିର୍ବାଚନରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ମିଟୁ ନାୟକ । ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ନନ୍ଦକିଶୋର ମିଶ୍ରଙ୍କୁ ୪୪୭ ଭୋଟରେ ହରାଇଛନ୍ତି । ମିଟୁ ନାୟକ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ସେ ସେନାରେ ୧୭ ବର୍ଷ ଧରି ସେନାରେ କାର୍ଯ୍ୟ କରିଛନ୍ତି । ପରେ ଅବସର ନେଇ ବିଜେଡିରେ ଯୋଗ ଦେଇ ଦୀର୍ଘ ୧୦ ବର୍ଷ ହେବ ଶାସକ ଦଳର ଜଣେ ସକ୍ରୀୟ ସଦସ୍ୟ ଭାବେ ସେବା ପ୍ରଦାନ କରିଆସିଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷତ ହୋଇଥିବା ବେଳେ ଏମ୍‌ଏ ଏବଂ ଏମ୍‌ବିଏ ମଧ୍ୟ କରିଛନ୍ତି ।