ବରିଷ୍ଠ ସମ୍ବାଦ ପାଠକ ବସନ୍ତ ପଟ୍ଟନାୟକଙ୍କ ପରଲୋକ, ସାରା ଅଞ୍ଚଳରେ ଶୋକ

ବରିଷ୍ଠ ସମ୍ବାଦ ପାଠକ ବସନ୍ତ ପଟ୍ଟନାୟକଙ୍କ ପରଲୋକ, ସାରା ଅଞ୍ଚଳରେ ଶୋକ
ବରିଷ୍ଠ ସମ୍ବାଦ ପାଠକ ବସନ୍ତ ପଟ୍ଟନାୟକଙ୍କ ପରଲୋକ, ସାରା ଅଞ୍ଚଳରେ ଶୋକ

ଆଠଗଡ଼, ୧୩/୧୦: ଅଲଇଣ୍ଡିଆ ରେଡିଓ ନିୟୁ ଦିଲ୍ଲିର ବରିଷ୍ଠ ସମ୍ବାଦ ପାଠକ ଥିବା ବସନ୍ତ ପଟ୍ଟନାୟକଙ୍କ  ପରଲୋକ ହୋଇଛି । ସେ ୧୯୫୮ ରୁ ୧୯୭୩ ପର୍ଯ୍ୟନ୍ତ ସମ୍ବାଦ ପାଠ କରୁଥିଲେ । ଆଠଗଡ ବାସଭବନରେ ତାଙ୍କର ପରଲୋକ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।   ତାଙ୍କ ମୃତ୍ୟୁକୁ ନେଇ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି ।