ମଧ୍ୟପ୍ରଦେଶରୁ ମିଳିଲେ ଡେଲିଭରୀ ବୟ, ନିଜେ ରଚିଥିଲେ ଅପହରଣ ନାଟକ

ମଧ୍ୟପ୍ରଦେଶରୁ ମିଳିଲେ ଡେଲିଭରୀ ବୟ, ନିଜେ ରଚିଥିଲେ ଅପହରଣ ନାଟକ

ଧଉଳିରୁ ଅପହରଣ ହୋଇଥିବା ଡେଲିଭରୀ ବୟ ପତିତପାବନ ପୃଷ୍ଟି ଓରଫ ଚିକୁନର ସନ୍ଧାନ ମିଳିଛି। ପ୍ରେମ ପାଇଁ ନିଜେ ଅପହରଣ ନାଟକ ରଚିଥିବାର ଜଣା ପଡ଼ିଛି । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିବାର ସୂଚନା ମିଳିଛି। ମଧ୍ୟପ୍ରଦେଶ ପୁଲିସ ତାଙ୍କୁ ଜଣେ ଯୁବତୀଙ୍କ ସହ ଅଟକ ରଖିଥିବାର ଜଣା ପଡ଼ିଛି । ଓଡ଼ିଶା ପୋଲିସର ଗୋଟିଏ ଟିମ ମଧ୍ୟପ୍ରଦେଶ ଯାଇ ଖୁବଶୀଘ୍ର ଡେଲିଭରି ବୟକୁ ଓଡ଼ିଶା ଆଣିବ ବୋଲି ଜଣା ପଡିଛି । ତେବେ ନିଜେ ଡେଲିଭରି ବୟ ଅପହରଣ ଷଡଯନ୍ତ୍ର ରଚିଥିବାର ସ୍ପଷ୍ଟ ହୋଇଛି । ସିସିଟିଭିରୁ ଧରାପଡିଛି ମିଛ ଅପହରଣର ନାଟକ । ଅନ୍ୟ ପକ୍ଷରେ ଚିକୁନ ଗୋପ ଥାନା ବେଦପୁର ଗାଁର ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ, ସମ୍ପୃକ୍ତ ଯୁବତୀଙ୍କ ପରିବାର ଗୋପ ଥାନାରେ ନିଖୋଜ ନେଇ ଏତଲା ଦେଇଛନ୍ତି, ନିଖୋଜ ଯୁବତୀଙ୍କର ଚିକୁନଙ୍କ ସହ ସମ୍ପର୍କ ଥିବା ସୂଚନା ମିଳିଛି।