ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ବ୍ରିଜ ତଳ ନାଳରେ ଯୁବକଙ୍କ ମୃତଦେହ ମିଳିବା ପରେ ଖଣ୍ଡଗିରି ଥାନା ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ ଯୁବକଙ୍କ ବାଇକ ମଧ୍ୟ ନାଳରେ ପଡିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି ନାଁ କେହି ତାକୁ ହତ୍ୟା କରିଛି ସେ ନେଇ ତଦନ୍ତ ଚଲାଇଛି ପୋଲିସ । ନାଳ ଭିତରୁ ବାଇକକୁ କଡ଼ା ଯାଇଛି।