ଶୌଚ ପାଇଁ ଗଲା ବେଳେ ଆକ୍ରମଣ କଲା ଭାଲୁ, ବୃଦ୍ଧ ଗୁରୁତର

ଶୌଚ ପାଇଁ ଗଲା ବେଳେ ଆକ୍ରମଣ କଲା ଭାଲୁ, ବୃଦ୍ଧ ଗୁରୁତର
ଶୌଚ ପାଇଁ ଗଲା ବେଳେ ଆକ୍ରମଣ କଲା ଭାଲୁ, ବୃଦ୍ଧ ଗୁରୁତର

କଳାହାଣ୍ଡି,୨୯/୮: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବଡ଼ ପୋଡ଼ାଗୁଡା ପଞ୍ଚାୟତ ରଏନଗୁଡା ଗାଁରେ ଜଣେ ବୃଦ୍ଧ ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗଣପତି ଭାଟି (୫୩) ରବିବାର ଭୋର ସମୟରେ ଶୌଚ ପାଇଁ ନିକଟସ୍ଥ ପଡିଆ ଯାଉଥିଲେ । ଏତିକି ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ତେବେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଅଳ୍ପକେ ସେ ବର୍ତ୍ତି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେସୁଦ୍ଧା ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଁଚି ନଥିବା ସୂଚନା ମିଳିଛି ।