ମାଲବାହି ଟ୍ରେନ ଲାଇନ୍‌ଚ୍ୟୁତ, ବାତିଲ ହେଲା ୧୨ ଟ୍ରେନ

ମାଲବାହି ଟ୍ରେନ ଲାଇନ୍‌ଚ୍ୟୁତ, ବାତିଲ ହେଲା ୧୨ ଟ୍ରେନ

ଅନୁଗୁଳ ଓ ତାଳଚେର ରୋଡ ମଝିରେ ମାଲବାହି ଟ୍ରେନ ଲାଇନ୍‌ଚ୍ୟୁତ। ଏହାରି ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ସେକ୍ସନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ପାଇଁ ପୂର୍ବତଟ ରେଳବାଇ ୬ ଯୋଡ଼ା ଟ୍ରେନ୍‌ ବାତିଲ କରିଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳାଇଛି। ଏହାସହ ଗୋଟିଏ ଟ୍ରେନ୍‌ ଆଂଶିକ ଭାବେ ବାତିଲ ହୋଇଛି। ପ୍ରବଳ ବର୍ଷାରେ ପାଣି ଜମିବା ଯୋଗୁଁ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଭୋଗରଣୀ ନିକଟରେ ଥିବା ପୋଲ ଧସିଥିବାରୁ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ଏହି ଦୁର୍ଘଟଣାରେ ଲୋକ ପାଇଲଟ ସମେତ ଅନ୍ୟ ଷ୍ଟାଫ୍ ସୁରକ୍ଷିତ ଥିବା ସୂଚନା ମିଳିଛି ।