୨୭ରେ ଭାରତ ବନ୍ଦ

୨୭ରେ ଭାରତ ବନ୍ଦ

ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ। ସଂଯୁକ୍ତ କିଷାନ ମଞ୍ଚ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା। ଏହି ବନ୍ଦ ଡାକରାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି। ସେହିପରି ସମସ୍ତ କେନ୍ଦ୍ରୀୟ ସଙ୍ଗଠନ ସମର୍ଥନ କରିବେ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଓଡ଼ିଶା ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୋଦି ସରକାରଙ୍କ ୩ କଳା କୃଷି ଆଇନକୁ ବାତିଲ କରିବା, ଶ୍ରମ କୋର୍ଡକୁ ରଦ୍ଧ କରିବା, ବିଦ୍ୟୁତ ବିଲ୍‌-୨୦୨୦କୁ ପ୍ରତ୍ୟାହାର କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।