ଡିସେମ୍ବର ୧ରୁ ଭୁବନେଶ୍ୱର-ଗୋଆ ଉଡ଼ିବ ବିମାନ

ଡିସେମ୍ବର ୧ରୁ ଭୁବନେଶ୍ୱର-ଗୋଆ ଉଡ଼ିବ ବିମାନ

ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱରରୁ ଗୋଆ ସିଧା ସଳଖ ଉଡ଼ିବ ବିମାନ । ସପ୍ତାହକ ସାତ ଦିନ ଭୁବନେଶ୍ୱରରୁ ଗୋଆ ବିମାନ ସେବା ଯୋଗାଇବ ଇଣ୍ଡିଗୋ । ଏନେଇ ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ଡ. ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି ।

ସେହିପରି ଆସନ୍ତା ନଭେମ୍ବରରୁ ଭୁବନେଶ୍ବରରୁ ଜୟପୁରକୁ ସିଧାସଳଖ ଉଡିବ ବିମାନ । ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇଦିଆଯିବ । ସପ୍ତାହକୁ ୩ ଥର ଚଳାଚଳ କରିବ ବିମାନ । ଏହାବାଦ୍ ଆସନ୍ତା ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ରାଜସ୍ଥାନରୁ ଜୟପୁରକୁ ଆରମ୍ଭ ହେବ ବିମାନ ସେବା ।

ସୂଚନା ଅନୁସାରେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୁବନେଶ୍ୱରରୁ ଜୟପୁରକୁ ବିମାନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ନଭେମ୍ବର ୨ରୁ ଜୟପୁରକୁ ସିଧାସଳଖ ଉଡିବ ବିମାନ । ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇଦିଆଯିବ । ସପ୍ତାହକୁ ୩ ଥର ଚଳାଚଳ କରିବ ବିମାନ ।

ଏବେ ଭୁବନେଶ୍ୱରରୁ ସିଧାସଳଖ କୋଲକାତା, ବେଙ୍ଗଳୁରୁ, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ. ଆହ୍ଲାବାଦ, ଅହମଦାବାଦ, ଚେନ୍ନାଇ, ଝାରସୁଗୁଡ଼ା, ବାରଣାସୀକୁ ବିମାନ ଉଡ଼ାଣ କରୁଛି ।