ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଆଜି ଗୁଜୁରାଟର ୧୭ତ୍ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଭୂପେନ୍ଦ୍ର ପଟେଲ । ଆଜି ରାଜ୍ୟପାଳ ଭବନରେ ଭୂପେନ୍ଦ୍ର ପଟେଲଙ୍କୁ ଶପଥ ଗ୍ରହଣ କରାଇଛନ୍ତି ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବଭ୍ରାଟ । ଭୂପେନ୍ଦ୍ର ପଟେଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ।

ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ରହିଥିଲେ । ଗତ କାଲି ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ପଟେଲ ଗୁଜୁରାଟର ୧୭ତ୍ତମ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତି ହୋଇଥିଲା । ଭୂପେନ୍ଦ୍ର ପଟେଲ ଗୁଜୁରାଟର ଘାଟଲୋଡିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତିଥିବା ବେଳେ ଅହମ୍ମଦାବଦ୍ ମହାନଗର ନିଗମର ସ୍ଥାୟୀ କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ ।