Saturday, March 21, 2026
32.6 C
Odisha

    ମନ୍ଦିର ଉଦ୍ୟାନରେ ବସି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୁଅନ୍ତି ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାରର ରୋହତାସରେ ଏପରି ଏକ ଅନନ୍ୟ ମନ୍ଦିର ଅଛି ଯେଉଁଠାରେ ଲୋକମାନେ କେବଳ ପୂଜାପାଠ କରିବାକୁ ଯାଆନ୍ତି ନାହିଁ ବରଂ ଏଠାରେ ସରକାରୀ ଚାକିରି ପାଇଁ ପାଠବି ପଢ଼ନ୍ତି । ଏହି ମନ୍ଦିରକୁ ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ଚାକିରିର ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଆସିଥାଆନ୍ତି। ଯେପରି କି ରେଳବାଇ, ବ୍ୟାଙ୍କିଂ, ଏସଏସସି ଏବଂ ବିହାର ପୁଲିସ ଭଳି ପରୀକ୍ଷା ପାଇଁ ଏଠାରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ଦିଆଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ଶିକ୍ଷା ପ୍ରଦାନ କରିବାକୁ କୌଣସି ଶିକ୍ଷକ ନଥାଆନ୍ତି। ଉପସ୍ଥିତ ଥିବା ସମସ୍ତ ଛାତ୍ର ଏକତ୍ର ହୋଇ ପରସ୍ପରକୁ ଶିକ୍ଷା ଦିଅନ୍ତି ଏବଂ କୋଚିଂରେ ଅଂଶଗ୍ରହଣ କରନ୍ତି । ଏଭଳି ଏକ ସ୍ବତନ୍ତ୍ର କୋଚିଂ କେନ୍ଦ୍ର ୨୦୦୬ରେ ଆରମ୍ଭ ହୋଇଥିଲା |
    ଏହାପରେ ସେମା‌ନେ କୁରାଇଚର ମହାବୀର ମନ୍ଦିରର ଉଦ୍ୟାନରେ ନିୟମିତ ଅଧ୍ୟୟନ କରିବା ଆରମ୍ଭ କରିଥିଲେ। ଧୀରେଧୀରେ ଅନ୍ୟ ଛାତ୍ରମାନେ ମଧ୍ୟ ଏଥିରେ ଆଗ୍ରହ ପ୍ରକାଶ କରି ପାଠପଢ଼ିବାକୁ ଆସିଥି‌ଲେ।
    ଏହି ମନ୍ଦିର ଉଦ୍ୟାନରେ ପାଠପଢ଼ି ଏଯାବତ ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ଚାକିରି ପାଇ ସାରିଲେଣି।

    ଏହି କୋଚିଂର ନାମ ‘ମହାବୀର କୁଇଜ୍ ଆଣ୍ଡ ଟେଷ୍ଟ ସେଣ୍ଟର ରଖାଯାଇଛି | ଆଜି ଏହି କେନ୍ଦ୍ର ଛାତ୍ରମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି | କୁହାଯାଉଛି ଯେ ଛୋଟାଲାଲ ବର୍ତ୍ତମାନ ଛପ୍ରାର ରେଳ ଚକା କାରଖାନାରେ କାର୍ଯ୍ୟ କରୁଥିବାବେଳେ ରାଜେଶ ଭାରତୀୟ ରେଳବାଇରେ କାମ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ