ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ନିନ୍ଦା କରିଛି ବିଜେଡି

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ନିନ୍ଦା କରିଛି ବିଜେଡି

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ମାମଲାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଦଳର ଅନେକ ବରିଷ୍ଠ ନେତା ଏହି ଘଟଣାକୁ ନିନ୍ଦା କରିଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, 'ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ । ବିଧାୟକଙ୍କ ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ବିଜେଡି ତୀବ୍ର ନିନ୍ଦା କରୁଛି । ପୋଲିସ ପ୍ରଶାସନ ଦୃଢ଼ତାର ସହ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବ । ଅତୀତରେ ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବିଜେଡି ।'

ଏହା ସହ ଗାଡ଼ି ଚଢ଼ାଇବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ତାଙ୍କ କହିବା ମୁତାବକ, 'ଗଣତନ୍ତ୍ରରେ ହିଂସାକାଣ୍ଡ ସ୍ପୃହଣୀୟ ନୁହେଁ । ସେ ସାଧାରଣ ବିଧାୟକ ହୁଅନ୍ତୁ ବା ସାଧାରଣ ନାଗରିକ ହୁଅନ୍ତୁ । ଯେଉଁମାନେ ଅବିଚାରିତ ଆକ୍ରମଣ କରୁଛନ୍ତି, ତାହା ନିନ୍ଦାର କଥା । ଏହାକୁ ମୁଁ ତୀବ୍ର ନିନ୍ଦା କରୁଛି । ଅନ୍ୟ ଦଳ ବି ନିନ୍ଦା କରିବା ଉଚିତ୍ ।'