ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା: ପ୍ରତିକ୍ରିୟା ରଖିଲା ବିଜେଡି

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା: ପ୍ରତିକ୍ରିୟା ରଖିଲା ବିଜେଡି

କଳାହାଣ୍ଡି ମହାଲିଙ୍ଗମ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୈତିକ ହଟଚମଟ ରାଜ୍ୟରେ ଲାଗି ରହୁଥିବା ବେଳେ ମୁହଁ ଖୋଲିଛି ବିଜେଡ଼ି। ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଏଲିନା ଦାସ ଓ ଇପ୍‌ସିତା ସାହୁ ।ବିଜେଡି ପକ୍ଷରୁ କୁହାଯାଇଛି ଯେ, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି । ବିଜେପି ମହିଳା ମୋର୍ଚ୍ଚା ଶସ୍ତା ଓ ହୀନ ରାଜନୀତି କରୁଛି । ଥରେ ମାମଲା ରୁଜୁ ହେଲେ, ତଦନ୍ତ ଚାଲେ। ଜାଣିଶୁଣି ବିଜେପି ପୁଣି ମାମଲା ରୁଜୁ କରୁଛି । ମିଡିଆରେ କାହା ଫେସ୍ କେତେ ସମୟ ଦେଖାଯିବ, ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ସେଥିପାଇଁ ଶୁକ୍ରବାର ସେମାନେ ଥାନାରେ ଠେଲାପେଲା ହେଉଥିଲେ । ସେମାନେ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହାର ପ୍ରମାଣ ନାହିଁ, ଭିତ୍ତିହୀନ।ଖାଲି ଟ୍ବିଟ୍ କରିଦେଲେ ଅଭିଯୋଗ ସତ ହୋଇଯିବନି । ବିଜେପି ତଥ୍ୟ ପ୍ରମାଣ ଦେଇପାରୁନି । ଅଭିଯୁକ୍ତ ଧରା ପଡିଛି । ପୀଡ଼ିତାକୁ ନ୍ୟାୟ ମିଳୁ। ଅଭିଯୁକ୍ତ ଦଣ୍ଡ ପାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଛି ବିଜେଡି । ବିଜେପି ବିକ୍ଷୋଭ ପ୍ରଦର୍ଶନ କରି ସେ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଭବିଷ୍ୟତ ଖରାପ କରୁଛି ବୋଲି ମଧ୍ୟ ବିଜେପି ପକ୍ଷରୁ କୁହାଯାଇଛି ।