Friday, October 18, 2024
30.6 C
Odisha

    କୃଷକ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୫/୧୦: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ କିଷାନର ୧୮ ତମ କିସ୍ତି ବଂଟନ କରିଥିଲେ । ଏଥିରେ ଦେଶରେ ୯.୪ କୋଟିରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । ଏହି ଅବସରରେ ଡିବିଟି ମାଧ୍ୟମରେ କୃଷକଙ୍କ ବ୍ୟାଙ୍କ ଆକାଉଂଟକୁ ୨୦ ହଜାର କୋଟି ଟଙ୍କା ପଠାଯାଇଛି । ରାଜ୍ୟର ପ୍ରାୟ ୩୦ ଲକ୍ଷରୁ ଅଧିକ କୃଷକ ଏଥିରେ ଲାଭବାନ ହୋଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କୃତଜ୍ଞତା ଜଣାଇବା ସହ କୃଷକଙ୍କ ପାଇଁ ଏହା ଦଶହରା ଭେଟି ବୋଲି କହିଛନ୍ତି ।
    ଶ୍ରୀ ସାମଲ କହିଛନ୍ତି, କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରଠାରୁ କୃଷକଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି । ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ମୃର୍ତିକା କାର୍ଡ ସହ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବସ୍ଥା କରିଛନ୍ତି । ୟୁରିଆ, ଅନ୍ୟାନ୍ୟ ସାର ଓ କୀଟନାଶକ ପାଇଁ ବ୍ୟାପକ ସବ୍‌ସିଡି ବ୍ୟବସ୍ଥା କରିଛନ୍ତି । ପିଏମ୍ କିଷାନ ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଇ ସେମାନଙ୍କ ଆୟ ବୃଦ୍ଧି ସହ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରାଯାଉଛି । ଗ୍ରାମୀଣ ବିକାଶ ଓ କୃଷକ ସମୃଦ୍ଧି ପାଇଁ ବିଜେପି ସରକାର ସର୍ବଦା ବଦ୍ଧପରିକର ବୋଲି ଶ୍ରୀ ସାମଲ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ