ବିଜେଡିରେ ଯୋଗଦାନ ଚାନ୍ଦବାଲି ଯୁବ ବିଜେପି ନେତା ଲଲାଟେନ୍ଦୁ ରାଏ

ବିଜେଡିରେ ଯୋଗଦାନ ଚାନ୍ଦବାଲି ଯୁବ ବିଜେପି ନେତା ଲଲାଟେନ୍ଦୁ ରାଏ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତର ବିଜେପି ଦଳର ଯୁବ ନେତା ଲଲାଟେନ୍ଦୁ ରାଏ ତାଙ୍କର ଶତାଧିକ କର୍ମୀଙ୍କୁ ଧରି ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି । ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ଆୟୋଜିତ ଏକ ମେଗା ମିଶ୍ରଣ ପର୍ବରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାଏ, ଲଲାଟେନ୍ଦୁ ରାଏଙ୍କ ସହ ତାଙ୍କର ଶତାଧିକ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଜେଡିରେ ସାମିଲ କରିଛନ୍ତି ।ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବିଧାୟକଙ୍କ ସହିତ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରତାପ ଧଳ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ନେତାଙ୍କ ଦଳବଦଳ ଲଗାତାର ଚାଲିଛି କହିଲେ ଭୁଲ ହେବନି।