ବିଜେପି ସାଂସଦ ମନୋଜ ତିୱାରୀ ଆହତ

ବିଜେପି ସାଂସଦ ମନୋଜ ତିୱାରୀ ଆହତ

ବିଜେପି ସାଂସଦ ମନୋଜ ତିୱାରୀ ଆହତ । ଛଟ ପୂଜା ଉପରେ ପ୍ରତିବନ୍ଧକକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପ୍ରଦର୍ଶନ ସମୟରେ ମନୋଜ ତିୱାରୀଙ୍କୁ ଲାଗିଛି ଆଘାତ । ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସାର୍ବଜନିକ ସ୍ଥାନରେ ଛଟ ପୂଜା ସମାରୋହ ଉପରେ ପ୍ରତିବନ୍ଧକ ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଛି ବିଜେପି । ବିଜେପି ସାଂସଦ ମନୋଜ ତିୱାରୀ, ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତାଙ୍କ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା କେଜ୍ରିୱାଲଙ୍କ ବାସଭବନ ଅଭିମୁଖେ ଯାଉଥିଲେ । 

ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଇଥିଲା । ହେଲେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ପ୍ରୟାସ କରିଥିଲେ ବିଜେପି କାର୍ଯ୍ୟକର୍ତ୍ତା ।ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପୋଲିସକୁ ପାଣି ମାଡ କରିବାକୁ ପଡିଥିଲା । ଏହି ସମୟରେ ବିଜେପି ସାଂସଦ ମନୋଜ ତିୱାରୀଙ୍କୁ ଲାଗିଥିଲା ଆଘାତ । ତାଙ୍କୁ ତୁରନ୍ତ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

ବର୍ତ୍ତମାନ ମନୋଜଙ୍କର ଏଠାରେ ଚିକିତ୍ସା ଚାଲିଛି ।କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଦୀକୂଳ, ଜଳାଶୟ, ମନ୍ଦିର ସମେତ ସାର୍ବଜନିକ ସ୍ଥାନରେ ଛଟ ପୂଜା ସମାରୋହ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି ଦିଲ୍ଲୀ ପୋଲିସ । କେଜ୍ରିୱାଲଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ବିଜେପି କାର୍ଯ୍ୟକର୍ତ୍ତା ।