ନୟାପଲ୍ଲୀ ବ୍ରିଟ କଲୋନୀରେ ବୋମାମାଡ଼, କାରଣ ଅସ୍ପଷ୍ଟ

ନୟାପଲ୍ଲୀ ବ୍ରିଟ କଲୋନୀରେ ବୋମାମାଡ଼, କାରଣ ଅସ୍ପଷ୍ଟ

ଦିନ ଦ୍ୱିପହରେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ବୋମାମାଡ଼ ହୋଇଛି । ନୟାପଲ୍ଲୀ ବ୍ରିଟ କଲୋନୀରେ ବୋମାମାଡ଼। କାର ଉପରକୁୁ ପେଟ୍ରୋଲ ବୋମା ଫିଙ୍ଗିଲେ ଦୁର୍ବୃତ୍ତ। ବୋମାମାଡ଼ରେ ଗାଡ଼ିର କିଛି ଅଂଶ ନଷ୍ଟ ହୋଇଥିବାର ଜଣା ପଡ଼ିଛି। ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜମି ବାଡ଼ି ବିବାଦକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ହେଲେ ଏବେ ଯାଏଁ ବୋମାମାଡ଼ର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ରାଜଧାନୀର ଅନ୍ୟତମ ଜନଗହଳପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା ଘଟିବା ଭୟର ବାତାବରଣ ସୃଷ୍ଟି କରିଛି।