କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ

କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ

କେନ୍ଦୁଝର ବିଧାୟକ ମୋହନ ଚରଣ ମାଝିଙ୍କ ଗାଡିକୁ ବୋମାମାଡ । ଦୁଇ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକଲରେ ଆସି ବୋମାମାଡ କରି ଫେରାର୍ ହୋଇଯାଇଥିବା ଜଣା ପଡିଛି। ବିଧାୟକ ଏକ ମିଟିଂ ସାରି ଘରକୁ ଫେରୁଥିବା ବେଳେ ଜଣେ ପିଲା ହାତରେ ଦୁଇଟି ବମ ଧରି ଗାଡ଼ି ସମୁଖକୁ ହଠାତ ଚାଲି ଆସି ଗାଡ଼ି ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲା।ପରେ ଅଙ୍ଗରଖି ଓ ଡ୍ରାଇଭର ଗାଡି ରୁ ଓହ୍ଲାଇବାର ଦେଖି ପୁଣିଥରେ ଅନ୍ୟ ଏକ ବୋମା ବିଧାୟକଙ୍କ ଗାଡ଼ି ଉପରକୁ ଫୋପାଡ଼ି ଜୋରରେ ଗାଡ଼ି ନେଇ ନରଣପୁର ରେଲୱେ ଷ୍ଟେସନ ଆଡ଼େ ପଳାଇ ଯାଇଥିଲେ । ଏଥିରେ ଗାଡ଼ିର କ୍ଷତି ହୋଇଥିଲେ ହେଁ ବିଧାୟକ କି ଅନ୍ୟ କାହାର କିଛି କ୍ଷତି ହୋଇନି। ଏନେଇ ବିଧାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଦୁର୍ବୁତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।