ବ୍ରିଟେନ ପାଇଁ ସଂରକ୍ଷିତ ଥିବା ‘କୋଭିସିଲ୍ଡ’ ଭ୍ୟାକ୍ସିନର ୫୦ଲକ୍ଷ ଡୋଜ ବ୍ୟବହାର କରିବ ଭାରତ...

ବ୍ରିଟେନ ପାଇଁ ସଂରକ୍ଷିତ ଥିବା ‘କୋଭିସିଲ୍ଡ’ ଭ୍ୟାକ୍ସିନର ୫୦ଲକ୍ଷ ଡୋଜ ବ୍ୟବହାର କରିବ ଭାରତ...

ଦେଶର ସାମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟ କରି ସେରମ ପକ୍ଷରୁ ବ୍ରିଟେନ ପଠାଯିବାକୁ ଥିବା ‘କୋଭିସିଲ୍ଡ’ ଭ୍ୟାକ୍ସିନର ୫୦ ଲକ୍ଷ ଡୋଜକୁ ବ୍ୟବହାର ପାଇଁ ଭାରତକୁ ପ୍ରଦାନ କରାଯିବ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଡୋଜକୁ ଦେଶର ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହାର ନିର୍ଦ୍ଦେଶକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି କୋଭିସିଲ୍ଡର ୫୦ ଲକ୍ଷ ଡୋଜ୍‌ ବ୍ରିଟେନକୁ ରପ୍ତାନୀ ପାଇଁ ସ୍ୱୀକୃତି ଲୋଡ଼ାଯାଇଥିଲା ଏବଂ ଆଷ୍ଟ୍ରଜେନକା ସହିତ ଏନେଇ ଚୁକ୍ତି ହୋଇଥିବା ସେରମ ପକ୍ଷରୁ ସରକାରଙ୍କୁ ସ୍ପଷ୍ଟିକରଣ ଦିଆଯାଇଥିଲା । ଏହି ରପ୍ତାନୀ ଦ୍ୱାରା ଦେଶରେ ଟିକାକରଣ ପ୍ରଭାବିତ ହେବାର ସମ୍ଭାବନା ନାହିଁ ବୋଲି କମ୍ପାନୀ ମଧ୍ୟ ସରକାରଙ୍କ ଜଣାଇଥିଲା । ତେବେ ସେରମ ଇନଷ୍ଟିଚ୍ୟୁଟର ଏହି ରପ୍ତାନୀ ଯୋଜନାରେ ଅସହମତି ପ୍ରକାଶ କରି ଭାରତ ସରକାର ଏବେ ଉକ୍ତ ଭ୍ୟାକ୍ସିନ୍‌ଗୁଡ଼ିକ ଦେଶରେ ବ୍ୟବହାର ନେଇ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ କମ୍ପାନୀ ସହ ସମ୍ପର୍କ କରି ଭ୍ୟାକ୍ସିନ ତୁରନ୍ତ କିଣିବାକୁ କୁହାଯାଇଛି ।