ଖୋର୍ଦ୍ଧା ତାରତୁଆରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଖୋର୍ଦ୍ଧା ତାରତୁଆରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଞ୍ଚଳରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ଆଜି STF ଟିମ୍ ବ୍ରାଉନସୁଗର ଜବତ ସହ ବେପାରୀକୁ କାବୁ କରିବାରେ ସକ୍ଷମ ହୋଇଛି। ଖୋର୍ଦ୍ଧା ତାରତୁଆ ଅଞ୍ଚଳରୁ ଜଣେ ବେପାରୀକୁ ଗିରଫ କରିଛି STF । ବେପାରୀ ପ୍ରମୋଦ ପଣ୍ଡା ପାଖରୁ ୨୫୩ ଗ୍ରାମ ବ୍ରାଉନସୁଗର ଜବତ କରିଛି STF । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। କୌଣସି ସୂତ୍ରରୁ ଖବର ପାଇ ପ୍ରମୋଦକୁ ଗିରଫ କରିଥିଲା STF ଟିମ୍। ଗିରଫ ଅଭିଯୁକ୍ତକୁ ଅଧିକ ପଚରା ଉଚୁରା କରାଯିବା ସହ ଘଟଣାର ମୂଳ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରୁଛୁ STF ଟିମ୍।