Wednesday, October 23, 2024
21.7 C
Odisha

    BSKY କାର୍ଡ ଗ୍ରହଣ କରନ୍ତୁ’, ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ

    ଆଗକୁ ପଢନ୍ତୁ

    ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ଏହାଦ୍ୱାରା ଅନେକ ଲୋକେ ମଗଣାରେ ଚିକିତ୍ସା ପାଉଥିଲେ । ହେଲେ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ ଏହି କାର୍ଡକୁ କୌଣସି ହସ୍ପିଟାଲ ଗ୍ରହଣ କରୁନଥିଲା । ଏଥିପାଇଁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଗ୍ରହଣ କରିବାକୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରାଯାଇଛି ।

    ସୂଚନା ଅନୁଯାୟୀ, ରାଜ୍ୟରେ ନୂଆ ସରକାର ଆସିବ ତେଣୁ ଏହି ବିଏସକେୱାଇ କାର୍ଡ କୌଣସି କାର୍ଯ୍ୟରେ ଲାଗିପାରିବନି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ବୁଧବାର ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ, ରାଜ୍ୟରେ ବିଜେପି ସରକାର ଶପଥ ନେବା ପରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଏହାପରେ ତାଙ୍କ ବିବୃତ୍ତି ପରିବର୍ତ୍ତନ ହୋଇଥିଲା । ସେ କହିଥିଲେ ଯେ, ରୋଗୀର କୌଣସି ଜାତି ନାହିଁ କି ଦଳ ନାହିଁ । ତେବେ ସେମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ପ୍ରଦାନ କରାଯିବା ଉଚିତ ।

    ଏହାରି ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ, ବିଏସକେୱାଇ କାର୍ଡ ଏବେ ବି ପୂର୍ବ ପରି କାର୍ଯ୍ୟ କରୁଛି । ତାକୁ ବନ୍ଦ କରିବା ପାଇଁ କୌଣସି ନୋଟିଫିକେସନ ହୋଇନାହିଁ । କାର୍ଡଧାରୀ ରୋଗୀଙ୍କୁ ଫେରାଇ ଦିଆଯାଉଥିବା ଭଳି ଅଭିଯୋଗ ଆସିବା ପରେ ଏପରି ନ କରିବା ପାଇଁ ଆମେ ନିର୍ଦ୍ଦେଶ ଦେଉଛି । ଯେପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ନୋଟିସ ମିଳିନି ସେପର୍ଯ୍ୟନ୍ତ ସମସ୍ତ ହସ୍ପିଟାଲ ବିଏସକେୱାଇ କାର୍ଡ ଗ୍ରହଣ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ