ରାଜ୍ୟରେ ବଢିଲା ବସ ଭଡ଼ା

ରାଜ୍ୟରେ ବଢିଲା ବସ ଭଡ଼ା

ଦେଶରେ ବଢୁଥିବା ତେଲ ଦରକୁ ଦେଖି ରାଜ୍ୟରେ ବଢିଲା ବସଭଡା। ତୈଳ ଦର ବୃଦ୍ଧି ପରେ ବୃଦ୍ଧି ପାଇଲା ବସ୍ ଭଡ଼ା, ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି, ଡିଲକ୍ସ ବସ ଭଡ଼ା ୧.୨୯ରୁ ୧.୩୫, AC ଡିଲକ୍ସ ୧.୫୭ରୁ ୧.୬୩ ପଇସାକୁ ବୃଦ୍ଧି, ସୁପର ପ୍ରିମିୟମ ୨.୪୪ ପଇସାରୁ ୨.୫୩ ପଇସାକୁ ବୃଦ୍ଧି ପାଇଛି। ଅଲଓଡ଼ିଶା ବସ ମାଲିକ ସଂଘ ପକ୍ଷରୁ ଭଡ଼ା ବୃଦ୍ଧି ନେଇ ସୂଚନା ଦିଆଯାଇଛି। ତେବେ ବସ ଭଡ଼ା ବୃଦ୍ଧି ଗରିବ ଓ ମଧ୍ୟବିତ୍ତ ଯାତ୍ରୀଙ୍କୁ ପ୍ରଭାବିତ କରିବ।