ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି; ଜୁନ୍‌ ୧୩ରେ ଭୋଟ ଗ୍ରହଣ

ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି; ଜୁନ୍‌ ୧୩ରେ ଭୋଟ ଗ୍ରହଣ

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡ଼ିଥିବା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ ।

ଜୁନ୍‌ ୩ରେ ନାମାଙ୍କନ ଯାଞ୍ଚ କରାଯିବ । ୬ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରି ପାରିବେ ଆଶାୟୀ । ଆବଶ୍ୟକ ହେଲେ ଜୁନ୍‌ ୧୩ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ଏହି ବିଜ୍ଞପ୍ତିରୁ ଜଣାପଡ଼ିଛି ।

ଜୁନ୍‌ ୧୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ ହେବ । ଜୁନ୍‌ ୧୩ ତାରିଖ ଅପରାହ୍ନ ୫ଟାରେ ଭୋଟ ଗଣତି କରାଯିବ ।

ସୂଚନାଯୋଗ୍ୟ, କଟକର ମେୟର ନିର୍ବାଚିତ ହେବା ପରେ ସୁବାସ ସିଂହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ପରେ ପଦବୀ ଖାଲି ପଡ଼ିଥିବା ବେଳେ ଏବେ ପୂରଣ କରାଯିବ । ଉପନିର୍ବାଚନରେ ନିର୍ବାଚିତ ସଦସ୍ୟ ୨୦୨୬ ଏପ୍ରିଲ୍‌ ମାସ ପର୍ଯ୍ୟନ୍ତ ସଦସ୍ୟ ରହିବେ ।