କ୍ୟାରିୟରର ଘଡି ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଦ.ଆଫ୍ରିକା ଗସ୍ତ ପାଇଁ ଚୟନ ମୁସ୍କିଲ

କ୍ୟାରିୟରର ଘଡି ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଦ.ଆଫ୍ରିକା ଗସ୍ତ ପାଇଁ ଚୟନ ମୁସ୍କିଲ
କ୍ୟାରିୟରର ଘଡି ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଦ.ଆଫ୍ରିକା ଗସ୍ତ ପାଇଁ ଚୟନ ମୁସ୍କିଲ

କ୍ୟାରିୟରର ଘଡି ସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛନ୍ତି ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ତାଙ୍କ ଚୟନ ଏବେ ମୁସ୍କିଲ ହୋଇ ପଡିଛି। ଇନସାଇଡ୍ ସ୍ପୋର୍ଟ୍ସର ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତା ଚାହୁଁଛନ୍ତି, ହାର୍ଦ୍ଦିକ ଦଳରେ ନିଜକୁ ସାମିଲ୍ କରାଇବାକୁ ହେଲେ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ) ଆସି ନିଜର ଫିଟନେସ୍ ସାବ୍ୟସ୍ତ କରନ୍ତୁ।

ସେ ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ଵ କପର ପ୍ରଥମ ମ୍ୟାଚ୍‌ରେ ଆହତ ହୋଇଥିଲେ। କୁହାଯାଉଥିଲା ତାଙ୍କୁ ସାମାନ୍ୟ ଆଘାତ ଲାଗିଛି। ଆଶା କରାଯାଉଥିଲା, ଘରୋଇ ନ୍ୟୁଜିଲାଣ୍ଡ ସିରିଜ୍‌ରେ ତାଙ୍କୁ ଚୟନ କରାଯିବ। ହେଲେ ଆହତଜନିତ ସମସ୍ୟା କାରଣରୁ ସେ ଦଳରୁ ବାଦ୍ ପଡିଛନ୍ତି।

ବିସିସିଆଇର ଜନୈକ ଅଧିକାରୀ ଇନସାଇଡସ୍ପୋର୍ଟ୍ସରେ କହିଛନ୍ତି, ସେ ସୁସ୍ଥ ନହେବା ଯାଏ ତାଙ୍କୁ ବିଶ୍ରାମ ନେବାକୁ ପଡିବ। ଯଦ୍ଵାରା ସେ ଏନସିଏ ଆସି ନିଜର ଫିଟନେସ୍ ସାବ୍ୟସ୍ତ କରି ପାରିବେ। ଏହା ପରେ ଯାଇ ଦକ୍ଷିଣ ଆଫ୍ରିକା ଗସ୍ତରେ ତାଙ୍କୁ ଦଳରେ ସାମିଲ୍ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ।

ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ହାର୍ଦ୍ଦିକ ସଂପୂର୍ଣ୍ଣ ଫିଟ୍ ନାହାନ୍ତି। ଟେଷ୍ଟ ମ୍ୟାଚ୍ ଖେଳିବା ନେଇ ତାଙ୍କର ଫିଟନେସ୍ ନାହିଁ। ଆହତଜନିତ ସମସ୍ୟାରୁ ମୁକୁଳିବା ପାଇଁ ତାଙ୍କୁ ସମୟ ଦରକାର। ଯଦି ସେ ସୁସ୍ଥ ହୁଅନ୍ତି ତେବେ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଦଳରେ ଚୟନ କରାଯିବ।

ନିଜର ଫିଟନେସ୍ କାରଣରୁ ହାର୍ଦ୍ଦିକ ଅନେକ ଦିନ ହେବ ବୋଲିଂ କରୁନଥିଲେ। ସେ ଆଇପିଏଲ ବ୍ୟତୀତ ଟି-୨୦ ବିଶ୍ଵ କପରେ ମଧ୍ୟ ବୋଲିଂ କରିନଥିଲେ। ଜଣେ ସ୍ଵତନ୍ତ୍ର ବ୍ୟାଟସମ୍ୟାନ ଭାବେ ତାଙ୍କୁ ଦଳରେ ସାମିଲ୍ କରାଯାଇଥିଲା। ତାଙ୍କର ବିଶ୍ଵ କପରେ ଚୟନ ନେଇ ମଧ୍ୟ ବିବାଦ ହୋଇଥିଲା।